ନିଶା କାରବାର ଉପରେ ପୋଲିସ ଚଢାଉ : ନିଶା ଇଞ୍ଜେକ୍ସନ, ଟାବଲେଟ୍ ଜବତ

Published By : Prameya-News7 Bureau | May 06, 2024 IST

ପଦ୍ମପୁର ୬।୫: ନିର୍ବାଚନ ସମୟରେ ନିଶା କାରବାର ଉପରେ ଚଢାଉ କଲା ପଦ୍ମପୁର ପୋଲିସ । ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ପଦ୍ମପୁର ଅଂଚଳରେ ବିଭିନ୍ନ ସ୍ଥାନରେ ନାକା କରି ଯାବାହନ ଯାଞ୍ଚ କରିବା ସହ ଲଗାତାର ଭାବରେ ପାଟ୍ରୋଲିଂ ମଧ୍ୟ ଜାରି ରଖିଛି । 

ପଦ୍ମପୁର ଅଂଚଳକୁ ନିଶା ଔଷଧ ଆସୁଥିବା ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତି ଭୂଷଣ ଭୋଇଙ୍କ ନର୍ଦ୍ଦେଶ କ୍ରମେ ପଦ୍ମପୁର ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗାଇସିଲାଟ ରାସ୍ତାରେ ଛକି ରହିଥିବା ଗୋଟିଏ ବାଇକରେ ପଦ୍ମପୁର ସହର ନେହରୁଗଳିର ରାକେଶ ନାଏକ ଆଣୁଥିବା ସମୟରେ ତାକୁ ପୋଲିସ କାବୁ କରିଥିଲା । ରାକେଶ ଠାରୁ ପୋଲିସ ୧୪୦୦ ଗୋଟି ନିଶା ଇଂଜେକ୍ସନ, ୧୦୦୦ ଗୋଟି ନିଶା ଟାବଲେଟ, ୫୨ ଗୋଟି କଫ ସିରପ୍ ଜବତ କରିଛି । ଅଧିକ ତଦନ୍ତ ପରେ ପୋଲିସ ତାର ତିନି ସହେଯାଗୀ ଗାଇସିଲାଟ ଥାନାର ମଲମୁଣ୍ଡା ଗ୍ରାମର ରତ୍ର ବେହେରା, ତାଳପାଲିର ମନୋଜ ବାଜପେୟୀ ଏବଂ ଝାରବନ୍ଧ ଥାନାର ହେମନ୍ତ ହଂସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି ।

You Can Read :

ଦୋକାନ ଭିତରକୁ ପଶିଗଲା ହାଇୱା, ଗାଡି ଚଲାଉଥିଲେ ହେଲପର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.