ରାଉରକେଲା ୨୩।୧୧ : ରାଉରକେଲାରେ ଏନ୍‌କାଉଣ୍ଟର । ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି ରାଉରକେଲା ପୋଲିସ । ଯେଉଁଥିରେ ୩ ଜଣ ଅପରାଧୀ ଗୁରୁତର ହୋଇଛନ୍ତି । ସମସ୍ତ ଅପରାଧୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରାଉରକେଲାରେ ଏନକାଉଣ୍ଟର। କେ.ବଲାଙ୍ଗ ଥାନା ଲଙ୍ଗଳକଟାରେ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆହତ ହୋଇଥିବା ୩ ଜଣଙ୍କୁ RGHରେ ଭର୍ତ୍ତି କରାଯାଇଛି । ଚନ୍ଦେକ୍ ନାଏକ, ପାରସ ରାମ ଓ ରାଜେଶ ନାୟକ ଚକମା ଦେଇ ଛୁ ମାରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସର ସ୍ବତନ୍ତ୍ର ଟିମ। ବଣାଇ ସହ କୋଇଡା ଅଞ୍ଚଳରେ ଡକାୟତି, ରାହାଜାନି ଓ ଲୁଟ୍ ଘଟଣାରେ ଏହି ୩ ଜଣଙ୍କ ସଂପୃକ୍ତି ରହିଛି । ଏମିତିକି ଏମାନଙ୍କ ନାଁରେ ହତ୍ୟା ପରି ସଙ୍ଗୀନ ମାମଲା ସହ ସୀମାନ୍ତ ଝାଡଖଣ୍ଡର ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଛି । ତେବେ ଲଙ୍ଗଳକଟାମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏମାନଙ୍କର ନକ୍ସଲ ସହ ଅଛି କି ସମ୍ପର୍କ ତାହା ଏବେ ବଡ ପ୍ରଶ୍ନ ।