LIVE TV

ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ କରୁଥିଲା, ମାଡ଼ି ବସିଲା ପୋଲିସ

NEWS7

ସତ୍ୟବାଦୀ: ଡକାୟତି ଉଦ୍ୟମ କରୁଥିବା ଅପରାଧୀକୁ ଗିରଫ କରିଛି ସତ୍ୟବାଦୀ ପୋଲିସ ।  ପୋଲିସ ପାଟ୍ରୋଲିଂ ସମୟରେ ସତ୍ୟବାଦୀ ବୀରଗୋବିନ୍ଦପୁର ୩୧୬ ଜାତୀୟ ରାଜପଥରେ ଜଣେ ଦୁର୍ବୃତ୍ତ ଏକ ହୋଣ୍ଡା ସିଟି କାର୍‌ରେ ଆସି ଲୋକମାନଙ୍କୁ ପିସ୍ତଲ ଦେଖାଇ ଅପରାଧ ଘଟାଇବାକୁ ଚେଷ୍ଟା କରୁଥିବା ସମୟରେ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ତେବେ ପୋଲିସକୁ ଦେଖି ଅପରାଧୀ ଖସି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ ଗୋଡ଼ାଇ ଅପରାଧୀକୁ କାବୁ କରିବାରେ ସକ୍ଷମ ହୋଇଛି। ତା’ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ହୋଣ୍ଡା ସିଟି କାର୍ ଜବତ ହୋଇଛି। ଅଭିଯୁକ୍ତ ଅକ୍ଷୟ କୁମାର ରାଉତ (୨୯) ଜିରାଗୁଣ୍ଡି ଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।