କଟକ ୨୬।୪: ମହିଳାଙ୍କ ବେକ କାଟି ସୁନା ହାର ଲୁଟ୍ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ଚୌଦ୍ୱାର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଗତ ୨୧ ତାରିଖରେ ଘଟିଥିବା ଏଭଳି ଲୁଟ୍ ଘଟଣା । ଦୁଇ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ସୁନା ହାର ମଧ୍ୟ ଉଦ୍ଧାର କରିଛି ପୋଲିସ । ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, କଟକ ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘରେ ଏକାକୀ ଥିବା ଜଣେ ମହିଳାଙ୍କ ଘର ଭିତରେ ପଶି ବେକକୁ ଛୁରାମାରି ସୁନା ହାର ନେଇ ଦୁଇ ଜଣ ଲୁଟେରା ଫେରାର ହୋଇଯାଇଥିଲେ । ଏନେଇ ଗତ ୨୧ ତାରିଖରେ ମହିଳାଙ୍କ ଶ୍ବଶୁର ଶରତ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଚୌଦ୍ୱାର ପୋଲିସ ଗୁରୁତ୍ୱର ସହ ନେଇ ଘଟଣା ପର୍ଦ୍ଦାଫାଶ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଆଶୁତୋଷ ଜେନା ଓ ତାଙ୍କ ଠାରୁ ସୁନାହାର କିଣିଥିବା ବ୍ୟକ୍ତି ହେଉଛନ୍ତି ସେହି ଅଞ୍ଚଳର ପ୍ରକାଶ ଚନ୍ଦ୍ର ସାହୁ ।
କଟକ ଡିସିପିଙ୍କ କହିବା ଅନୁସାରେ ଲୁଟେରା ହେଉଛନ୍ତି ଲୁଟ୍ର ଶୀକାର ହୋଇଥିବା ମହିଳାଙ୍କ ସମ୍ପର୍କୀୟ । ସମ୍ପର୍କର ସୁଯୋଗ ନେଇ ଘରେ ପହଞ୍ଚି ଲୁଟେରା ଏଭଳି କାଣ୍ଡ ଘଟାଇଥିବା ଡିସିପି ସୂଚନା ଦେଇଛନ୍ତି ।
You Can Read:
ସ୍ତ୍ରୀ ଜମିକୁ ନିଜ ନାଁରେ କରିବାକୁ ଚାହୁଁଥିଲା ସ୍ବାମୀ, ରାଜି ନହେବାରୁ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ମରଣାନ୍ତକ ଆକ୍ରମଣ