କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିରେ ଘଟିଥିବା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଗତ ୨୭ ତାରିଖ ଦିନ ଏହି ଡବଲ ମର୍ଡର ହୋଇଥିବା ବେଳେ ଚୈତନ୍ୟ ଟୁଡୁକୁ ଅଟକ ରଖି ଅଧିକ ତଦନ୍ତ କରୁଥିଲା ପୋଲିସ। ଆଉ ଏହି କ୍ରମରେ ସୋମବାର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।

ରାଇରଙ୍ଗପୁର SP ସୁରେଶ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ, ହତ୍ୟାକାରୀ ହେଉଛି ମୃତ ସୀତାମଣି ଟୁଡୁର ସ୍ୱାମୀ ତଥା ମୃତ ନାବାଳିକା ଝିଅ ଜବାମଣୀ ଟୁଡୁର ବାପା। ଉପଯୁକ୍ତ ପ୍ରମାଣ ପାଇବା ପରେ ଅଟକ ଥିବା ଚୈତନ୍ୟ ଟୁଡୁକୁ ଗିରଫ କରିଛି ପୋଲିସ। ଘରୋଇ କଳିକୁ କେନ୍ଦ୍ରକରି ପ୍ରଥମେ ପତ୍ନୀଙ୍କୁ ଏକ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ତଣ୍ଟିଚିପି ହତ୍ୟା କଲାପରେ ହତ୍ୟା କରିବା ପରେ ଝିଅକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଚୈତନ୍ୟ।ତେବେ ଗିରଫ ପରେ ଚୈତନ୍ୟକୁ କୋର୍ଟଚାଲାଣ କରିଛି ପୋଲିସ।

Also Read: Jharaphula Case: ଝରାଫୁଲ ହତ୍ୟା ଘଟଣାରେ ଆସିଲା ବଡ଼ ରାୟ, ଅଭିଯୁକ୍ତଙ୍କୁ ମିଳିଲା କଡ଼ା ଦଣ୍ଡ