News7 Logo

'ମୁଁ ଟ୍ରମ୍ପଙ୍କ ସହ କଥା ହେବାକୁ ଉତ୍ସାହିତ, ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଉପରେ ପିଏମ୍‌ ମୋଦିଙ୍କ ରିଆକ୍ସନ

NEWS7
trump-modi

ନୂଆଦିଲ୍ଲୀ ୧୦/୦୯: ଧୀରେ ଧୀରେ ସୁଧୁରୁଛି ଭାରତ-ଆମେରିକା ସଂପର୍କ । ମଙ୍ଗଳବାର (୯ ସେପ୍ଟେମ୍ବର) ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆସନ୍ତା ସପ୍ତାହରେ ମୋଦିଙ୍କ ସହ ହେବ ତାଙ୍କର କଥାବାର୍ତ୍ତା । ବ୍ୟବସାୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବେ ବୋଲି କହିଥିଲେ। ଏହାରି ଠିକ୍ ୨୪ ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଭାରତ ଓ ଆମେରିକା ଘନିଷ୍ଠ ବନ୍ଧୁ ।  ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ସମ୍ପର୍କିତ ଆଲୋଚନା ଭାରତ-ଆମେରିକା ସହଭାଗୀତାର ଅପାର ସମ୍ଭାବନାକୁ ମୁକ୍ତ କରିବାର ପଥ ଖୋଲିବ । ସାରା ବିଶ୍ୱରେ ଜାରି ରହିଥିବା ଯଥାଶୀଘ୍ର ସମାପ୍ତ କରିବାକୁ ଆମେ କାମ କରୁଛୁ । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମଧ୍ୟ ଅପେକ୍ଷା କରିଛି । ଆମେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଏକାଠି କାମ କରିବୁ। 

India and the US are close friends and natural partners. I am confident that our trade negotiations will pave the way for unlocking the limitless potential of the India-US partnership. Our teams are working to conclude these discussions at the earliest. I am also looking forward… pic.twitter.com/3K9hlJxWcl

— Narendra Modi (@narendramodi) September 10, 2025

 

ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ କହିଥିଲେ ଯେ ସେ ବିଶ୍ୱାସ କରନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନାର ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ସେ ଖୁବ୍ ଶୀଘ୍ର ତାଙ୍କର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବେ। ଏହାକୁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିର ଏକ ସଙ୍କେତ ଭାବରେ ଦେଖାଯାଉଛି। ମଙ୍ଗଳବାର ଦିନ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସେ ଏହା ଜଣାଇ ଖୁସି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ଥିବା ବାଧାଗୁଡ଼ିକୁ ଦୂର କରିବା ପାଇଁ ଆଲୋଚନା ଚାଲିଛି।

ଟ୍ରମ୍ପଙ୍କ ମନ୍ତବ୍ୟ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିକୁ ସୂଚିତ କରୁଛି। ଆମେରିକା ଦ୍ୱାରା ଶୁଳ୍କ ଲାଗୁ ଏବଂ ଭାରତ ଦ୍ୱାରା ରୁଷରୁ ତେଲ କ୍ରୟ କରିବା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସମ୍ଭବତଃ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଏବଂ ରୁଷ ତେଲ କ୍ରୟ ପାଇଁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହା ଭାରତର ମୋଟ ଶୁଳ୍କକୁ ୫୦ ଶୁଳ୍କ କରିଛି, ଯାହା ବିଶ୍ୱରେ ସର୍ବାଧିକ। 

ଭାରତ ଆମେରିକା ଦ୍ୱାରା ଲଗାଯାଇଥିବା ଶୁଳ୍କକୁ ଅନୁଚିତ ଅଯୌକ୍ତିକ ବୋଲି କହିଛି । ରୁଷରୁ ତେଲ କିଣିବା ନିଷ୍ପତ୍ତିକୁ ସମର୍ଥନ କରି ଭାରତ ସରକାର କହିଛନ୍ତି ଯେ ସେମାନଙ୍କ ତେଲ କିଣିବା ଜାତୀୟ ସ୍ୱାର୍ଥ ଓ ବଜାର ପରିସ୍ଥିତିକୁ ବିଚାର କରି ନିଆଯାଇଥିବା ଏକ ପଦକ୍ଷେପ । କିଛି ମାସ ଧରି ଭାରତକୁ ସମାଲୋଚନା କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଏକ ବିଶେଷ ସମ୍ପର୍କ ଅଛି । ଏଥିରେ ଚିନ୍ତା କରିବାର କିଛି ନାହିଁ । ଟ୍ରମ୍ପ ଶୁକ୍ରବାର କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ପ୍ରଧାନମନ୍ତ୍ରୀ । କିନ୍ତୁ ମୁଁ ଏହି ସମୟରେ ତାଙ୍କ ଦ୍ୱାରା କରାଯାଉଥିବା କାମକୁ ପସନ୍ଦ କରୁନାହିଁ। ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ଅଛି, ଚିନ୍ତା କରିବାର କିଛି ନାହିଁ। କେତେକ ସମୟରେ ଏପରି ମୁହୂର୍ତ୍ତ ଆସେ।