'ମୁଁ ଆପ୍‌ର ସବୁ ବରିଷ୍ଠ ନେତାଙ୍କୁ ନେଇ ବିଜେପି ମୁଖ୍ୟାଳୟ ଆସୁଛି, ଯାହାକୁ ଗିରଫ କରିବ କର'; ପିଏମ୍‌ଙ୍କୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ୍

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଶନିବାର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କ ଉପରେ କଥିତ ଆକ୍ରମଣ ଅଭିଯୋଗରେ ବିଭବ କୁମାରଙ୍କୁ ଗିରଫ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପୂର୍ବତନ ପିଏଙ୍କୁ ଗିରଫଦାରୀକୁ ନେଇ ରାଜନୀତିକ ମାହୋଲ ଉଷ୍ମ ରହିଛି । ତେବେ ଏହି ପୂରା ଘଟଣାକ୍ରମ ଉପରେ ପ୍ରଥମ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମନାକୁ ଆସିଛି । କେଜ୍ରିୱାଲ ଶନିବାର ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଯେ ସେମାନେ ଆମ୍ ଆଦମୀ ପଛରେ କିପରି ପଡ଼ିଛନ୍ତି ଆପଣମାନେ ଦେଖିପାରୁଥିବେ । ସେମାନେ (ପିଏମ୍ ମୋଦୀ) ଜଣଙ୍କ ପରେ ଜଣେ ଆପ୍ ନେତାଙ୍କୁ ଗିରଫ କରୁଛନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଏହି ଜେଲର ଖେଳ ଖେଳୁଛନ୍ତି । କାଲି ମୁଁ ମୋର ସମସ୍ତ ବରିଷ୍ଠା ନେତା, ବିଧାୟକ, ସାଂସଦଙ୍କ ସହ ଅପରାହ୍ଣ ୧୨ରେ ବିଜେପି ମୁଖ୍ୟାଳୟ ଆସୁଛି । ଆପଣ ଯାହାକୁ ଚାହିଁବେ ଜେଲରେ ଭର୍ତ୍ତି କରିପାରିବେ ।

ଅରବିନ୍ଦ କେଜ୍ରିୱା କହିଛନ୍ତି, ଆପଣମାନେ ଦେଖୁଛନ୍ତି ଯେ ସେମାନେ କିପରି ଆମ ପଛରେ ପଡ଼ିଛନ୍ତି । ଜଣଙ୍କ ପରେ ଜଣେ ଆମ ନେତାଙ୍କୁ ଜେଲରେ ଭର୍ତ୍ତି କରୁଛନ୍ତି । ପ୍ରଥମେ ମୋତେ ଜେଲରେ ଭର୍ତ୍ତି କଲେ, ମନୀଷ ସିସୋଦିଆଙ୍କୁ ବି ଜେଲରେ ଭର୍ତ୍ତି କଲେ । ସଂଜୟ ସିଂଙ୍କୁ ବି ଜେଲରେ ଭର୍ତ୍ତି କଲେ । ଆଜି ମୋର ପିଏଙ୍କୁ ଜେଲରେ ଭର୍ତ୍ତି କରିଛନ୍ତି । ରାଘବ ଚଡ୍ଡା ଲଣ୍ଡନରୁ ଫେରିଛନ୍ତି, ଏବେ କୁହାଯାଉଛି ଯେ ତାଙ୍କୁ ବି ଜେଲରେ ଭର୍ତ୍ତି କରିବେ । କିଛି ଦିନ ପରେ ସୌରଭ ଭାରଦ୍ୱାଜ ଏବଂ ଆତିଶୀଙ୍କୁ ଜେଲରେ ବନ୍ଦୀ କରିବେ ।

କେଜ୍ରିୱାଲ ସିଧାସଳଖ ପିଏମ୍ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବା ପାଇଁ ଚାହୁଁଛି ଯେ, ପ୍ରଧାନମନ୍ତ୍ରୀ ଜୀ ଜେଲ-ଜେଲର ଖେଳ ଖେଳୁଛନ୍ତି । କେବେ କାହାକୁ ଜେଲରେ ବନ୍ଦୀ କରୁଛନ୍ତି ତ କେବେ କାହାକୁ...ମୁଁ କାଲି ୧୨ଟା ବେଳେ ନିଜର ସବୁ ବଡ଼ ନେତାଙ୍କ ସହ ବିଜେପି ମୁଖ୍ୟାଳୟ ଆସୁଛି । ଯାହାକୁ ଜେଲରେ ଭର୍ତ୍ତି କରିବାର ଅଛି ତାଙ୍କୁ କରିବ । ଯଦି ଆପଣ ଭାବୁଛନ୍ତି ଜଣେ ପରେ ଜଣେ ନେତାଙ୍କୁ ଜେଲରେ ଭର୍ତ୍ତି କରି ଆମ ଆଦମୀ ପାର୍ଟିକୁ ଶେଷ କରିଦେବେ ତେବେ ଆପଣ ଭୁଲ ଭାବୁଛନ୍ତି । ଆମ ଆଦମୀ ପାର୍ଟି ଗୋଟିଏ ବିଚାର । ଆପଣ ଏହାକୁ ଶେଷ କରିପାରିବେ ନାହିଁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.