News7 Logo

ବୁଧବାର ପିଏମ ମୋଦୀଙ୍କ ଜନ୍ମଦିନ, ରାଜ୍ୟରେ ବ୍ୟାପକ ଆୟୋଜନ; ଗୋଟିଏ ଦିନରେ ହେବ ୭୫ ଲକ୍ଷ ବୃକ୍ଷ ରୋପଣ

NEWS7
PM Narendra Modi

ଭୁବନେଶ୍ଵର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ପିଏମ ମୋଦୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । କାଲି ଗୋଟିଏ ଦିନରେ ଲଗାଯିବ ୭୫ଲକ୍ଷ ଗଛ । ଓଡ଼ିଶାବାସୀଙ୍କ ପକ୍ଷରୁ ଏହା ହେବ ପିଏମ ମୋଦୀଙ୍କ ଏହା ହେବ ଏକ ସଶ୍ରଦ୍ଧ ଉପହାର । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ୫୦ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯିବ । ଏଥି ସହ ସୁଭଦ୍ରା ଯୋଜନାକୁ ବର୍ଷେ ପୂରୁଥିବାରୁ ୩୩୮ CDPOଙ୍କ କାର୍ଯ୍ୟାଳୟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ହେବ । ଏଥି ସହ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।  

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ପିଏମ ମୋଦିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । କାଲି ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗାଯିବ । ଓଡିଶାବାସୀଙ୍କ ପକ୍ଷରୁ ଏହା ହେବ  ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସଶ୍ରଦ୍ଧ ଉପହାର ।  ଜନପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ, ଛାତ୍ରଛାତ୍ରୀ, ମହିଳା ଓ ଯୁବବର୍ଗ ସମସ୍ତେ ଏହି କାର୍ଯ୍ୟକ୍ରମରେ  ସାମିଲ ହେବେ । ୩୦ ଜିଲ୍ଲାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବେ  ମନ୍ତ୍ରୀ, ଜିଲ୍ଲାପାଳ,ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ଅଙ୍ଗନବାଡି କର୍ମୀ । ସୂର୍ଯ୍ୟ ଉଦୟ ଠାରୁ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗଛ ଲଗାଇବା କାର୍ଯ୍ୟ କରାଯିବ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ସହ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ସୁଭଦ୍ରାର ମଧ୍ୟ ଜନ୍ମ ତିଥି । ସୁଭଦ୍ରା ଯୋଜନାର ବର୍ଷ ପୂର୍ତ୍ତି ଅବସରରେ ୩୩୮ CDPOଙ୍କ କାର୍ଯ୍ୟାଳୟରେ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ  ହେବ । ଏଥି ସହ ସପ୍ତାହେ ପର୍ଯ୍ୟନ୍ତ ୭୪ହଜାର ଅଙ୍ଗନବାଡିରେ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ ହେବ । ସେହିପରି ଆସନ୍ତାକାଲି ସରକାର ପାଳିବେ ଆବାସ ଦିବସ ।  ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ପ୍ରତି ଜିଲ୍ଲା ଓ ପୌର ସଂସ୍ଥାରେ ଆୟୋଜିତ ହେବ ଆବାସ ମେଳା । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ଏହି ମେଳା ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ୫୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯିବ ।

ସେହିପରି ଆସନ୍ତା କାଲି ସାରା ଦେଶରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।ଏହି ଅଭିଯାନ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ।  ରାଜ୍ୟରେ ମହିଳାଙ୍କ ପାଇଁ ରୋଗ ଆଉ ନିରାକରଣର ଡିଜିଟାଲ ଡାଟାବେସ ତିଆରି କରିବେ ସରକାର । ସାରା ରାଜ୍ୟରେ ୨୯ହଜାର ସ୍କ୍ରିନିଙ୍ଗ କ୍ୟାମ୍ପ ସହ ୩ହଜାରରୁ ଅଧିକ ହେଲଥ୍ କ୍ୟାମ୍ପର ଆୟୋଜନ ହେବ । ରାଜ୍ୟରେ ଥିବା ୨କୋଟିରୁ ଅଧିକ ମହିଳାଙ୍କ  ୬ ପ୍ରକାର ସ୍କ୍ରିନିଙ୍ଗ କରାଯିବ । ବ୍ରେଷ୍ଟ କ୍ୟାନସର, ସର୍ଭିକାଲ କ୍ୟାନସର, ଓରାଲ କ୍ୟାନ୍ସର, ଋତୁସ୍ରାବ ସମସ୍ୟା ଏବଂ ଅପପୁଷ୍ଟି ସ୍ଥିତି ନେଇ ହେବ ଯାଞ୍ଚ ।  ସ୍କ୍ରିନିଙ୍ଗ ତଥ୍ୟକୁ ନେଇ ଡିଜିଟାଲ ଡାଟା ବେସ ତିଆରି କରିବେ ସରକାର । ଏହା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଟ୍ରାକିଙ୍ଗ ଏବଂ ଫୋଲୋଅପ ମଧ୍ୟ କରାଯିବ । 

ଆସନ୍ତାକାଲି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକୁ ମଧ୍ୟପ୍ରଦେଶରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସେହିଭଳି  ଓଡ଼ିଶାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ରାଜ୍ୟର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସହ ସରକାରୀ ଏବଂ ଘରୋଇ ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ ସରକାର ଏବଂ ବିଜେପି ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ କରାଯାଉଛି । ଦଳ ତରଫରୁ ଏହି ଅବସରରେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦିଆଯିବ । ମଣ୍ଡଳ ଓ ଜିଲ୍ଲାସ୍ତରରେ ବ୍ୟାପକ ବୃକ୍ଷ ରୋପଣ, ରକ୍ତ ଦାନ, ସ୍ବାସ୍ଥ୍ୟ ଶିବିର, ସ୍ବଚ୍ଛତା ଶିବିର ଆୟୋଜନ କରାଯିବ ।