ତସ୍କରୀ’ର ଟ୍ରେଲର୍ ରିଲିଜ୍, ନୂଆ ଅନ୍ଦାଜରେ ପରଦାକୁ ଆସିବେ ଅମୃତା ଖାନଭିଲକର

NEWS7
pm-modi-warns-about-digital-arrest-in-115-mann-ki-baat-program

ମୁମ୍ୱାଇ,୦୯। ୦୧: ନୂଆବର୍ଷରେ ନୂଆ ଅନ୍ଦାଜରେ ପରଦାକୁ ଆସିବେ ଅମୃତା ଖାନଭିଲକର । ତାଙ୍କ ଅପ୍କମିଙ୍ଗ ସିରିଜ୍ ‘ତସ୍କରୀ’ର ଟ୍ରେଲର୍ ରିଲିଜ୍ ହୋଇଛି । ଯେଉଁଥିରେ ଡିଜିଟାଲ ପ୍ଲାଟ୍ଫର୍ମରେ ତାଙ୍କୁ ପ୍ରଥମ ଥର ଆକ୍ସନ୍ ମୋଡ୍ରେ ଦେଖିବାକୁ ପାଇବେ ଦର୍ଶକ । ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ଥ୍ରିଲର୍ରେ ଇମ୍ରାନ ହାଶମି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଆସନ୍ତା ୧୪ ତାରିଖରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ ‘ତସ୍କରୀ’ । ଅମୃତାଙ୍କର ଏହା ପ୍ରଥମ ଆକ୍ସନ୍ ୱେବ୍ ସିରିଜ୍ ହୋଇଥିବାରୁ ତାଙ୍କ କ୍ୟାରିଅର୍ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଶୋ’ରେ ସେ ଅନେକ ଆକ୍ସନ୍ ସିନ୍ କରିଛନ୍ତି । ଏଥିରେ ସେ ମିତାଲି ଚରିତ୍ର ନିର୍ବାହ କରିଛନ୍ତି, ଯିଏ କଷ୍ଟମ୍ ଟିମ୍ର ଜଣେ ପ୍ରମୁଖ ସଦସ୍ୟ । ଏହି ଶୋ’ ଜରିଆରେ ନେଟ୍ଫ୍ଲିକ୍ସରେ ପଦାର୍ପଣକୁ ସେ ସ୍ୱତନ୍ତ୍ର ବୋଲି କହିଛନ୍ତି । ତେବେ ‘ତସ୍କରୀ’ ମିତାଲିଙ୍କର ଏ ମାସର ଏକମାତ୍ର ରିଲିଜ୍ ନୁହେଁ । ଡିଜ୍ନୀ ପ୍ଲସ୍ ହଟ୍ଷ୍ଟାରରେ ‘ସ୍ପେସ୍ ଜେନ୍ ଚନ୍ଦ୍ରଯାନ’ରେ ସେ ଆସିବେ, ଯାହା ଆସନ୍ତା ୨୩ ତାରିଖରୁ ପ୍ରସାରିତ ହେବ ।