LIVE TV
LIVE TV

ଚୀନ କର୍ମଚାରୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ : ୩ ଇଞ୍ଜିନିୟର ମୃତ

NEWS7
pipili-bypoll-voting-centres-in-cctv-surveillance

କାବୁଲ, ୨୮/୧୧: ଚୀନ୍ ଇଞ୍ଜିନିୟରଙ୍କ ଉପରେ ଏୟାର ଷ୍ଟ୍ରାଇକ୍ । ଜୀବନ ହାରିଲେ ୩ ଚୀନ୍ ନାଗରିକ । ଏପରି କିଛି ଘଟଣା ସାମ୍ନାକୁ ଆସିଛି ଆଫଗାନିସ୍ତାନକୁ ଲାଗିଥିବା ତାଜିକିସ୍ତାନ ସୀମାରେ । ଏଠାରେ କାର୍ଯ୍ୟ କରୁଥିବା ଚାଇନାର କିଛି ଇଞ୍ଜିନିୟରଙ୍କ ଉପରେ ଡ୍ରୋନରେ ଆକ୍ରମଣ କରାଯାଇଛି ।

ତାଜିକିସ୍ତାନ ସରକାର କହିଛନ୍ତି ଯେ, ସୀମା ଆରପଟୁ ଆକ୍ରମଣ ହୋଇଛି ଏକ ଡ୍ରୋନରେ ବିସ୍ଫୋରକ ଭର୍ତ୍ତି କରି ଆକ୍ରମଣ କରାଯାଇଛି । ଦକ୍ଷିଣ ପଶ୍ଚିମ ସୀମାରେ ଥିବା ଖଟଲୋନ୍ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏକ କ୍ୟାମ୍ପରେ ହଠାତ ଡ୍ରୋନ୍ ମାଡ ହୋଇଥିଲା । ଜାଣିଶୁଣି ସେମାନଙ୍କୁ ଟାର୍ଗେଟ୍ କରାଯାଇଛି । ନିହତ ହୋଇଥିବା କର୍ମଚାରୀ ସୀମା ନିକଟରେ ସୁନା ଖାଦାନରେ କାର୍ଯ୍ୟ କରୁଥିଲେ । ସେମାନେ କ୍ୟାମ୍ପରେ ଥିବା ବେଳେ ଏୟାର ଷ୍ଟ୍ରାଇକ୍ ହୋଇଛି ।

ଆହୁରି କୁହାଯାଉଛି ଯେ, ଆଫଗାନିସ୍ତାନ ସୀମାରେ ତାଜିକିସ୍ତାନ ଶାନ୍ତି ଏବଂ ସ୍ଥିରତା ବଜାୟ କରିବାକୁ ନିରନ୍ତର ଉଦ୍ୟମ କରୁଛି । କିନ୍ତୁ ଆଫଗାନିସ୍ତାନ ସୀମାରେ କିଛି ଆତଙ୍କବାଦୀ ସଙ୍ଗଠନ ଅଛନ୍ତି । ଯେଉଁମାନେ ଲଗାତାର ଭାବେ ଶାନ୍ତି ଭଙ୍ଗ ପାଇଁ ଉଦ୍ୟମ କରି ଆସୁଛନ୍ତି । ଏଦିଗରେ ଆଫଗାନ ସରକାର ଯତ୍ନବାନ ହେବା ଆବଶ୍ୟକ ।

ଏହାର କିଛି ଦିନ ପୂର୍ବରୁ ଏଠାରେ ଆଫଗାନୀ ନିଶା କାରବାରୀଙ୍କୁ ନିପାତ କରାଯାଇଥିଲା । ଅଗଷ୍ଟ ମାସରେ ମଧ୍ୟ ତାଲିବାନ ଏବଂ ତାଜିକିସ୍ତାନର ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଚୀନର ଅନେକ କମ୍ପାନୀ ତାଜିକିସ୍ତାନରେ କାର୍ଯ୍ୟ କରନ୍ତି । ଖଣି ଖନନ ସହ ପ୍ରାକୃତିକ ସମ୍ବଳର ଖନରରେ ଚୀନ ନାଗରିକଙ୍କୁ ନିୟୋଜିତ କରାଯାଏ । ଏସବୁ ଅଞ୍ଚଳ ପ୍ରାୟ ପାହାଡିଆ ଅଞ୍ଚଳରେ ହୋଇଥାଏ । ତେଣୁ ଆତଙ୍କବାଦୀମାନେ ସହଜରେ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରିଥାନ୍ତି ।