ପାଣି ପାଇଁ ଲୋକ କଷ୍ଟ ନ ପାଆନ୍ତୁ, ଏ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି : ରବି ନାଏକ

Published By : Prameya-News7 Bureau | April 27, 2025 IST

ଭୁବନେଶ୍ବର ପାଣି ପାଇଁ ଲୋକ କଷ୍ଟ ନ ପାଆନ୍ତୁ । ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ଗ୍ରୀଷ୍ମ ପ୍ରବାହରକୁ ନେଇ ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ପୂର୍ବ ସରକାର ସମୟରେ ଓଡ଼ିଶାରେ ୫ ଲକ୍ଷ ନଳକୂପ ଥିଲା । ଚଳିତ ବର୍ଷ ନୂଆ ସରକାରରେ ୨୪ ହଜାର ନୂଆ ନଳକୂପ ସ୍ଥାପନ କରାଯାଉଛି । ମୁଁ ବିଧାୟକ ଥିବା ସମୟରେ ୫ଟି ନଳକୂପ ପାଇଁ ନେହୁରା ହେଉଥିଲୁ । କିନ୍ତୁ ମିଳୁ ନଥିଲା । ୨୪ ହଜାର ନୂଆ ନଳକୂପରୁ ୯ ହଜାର ନୂଆ ନଳକୂପ ସ୍ଥାପନ ହୋଇସାରିଛି । ବାକି ୧୫ ଦିନ ଭିତରେ ହେବ । ଏହାକୁ ନେଇ ସାଢେ ୫ ଶହ କୋଟି ଟଙ୍କା ବିଭିନ୍ନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇଛି । ନଳକୂପ ଖୋଳିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ସେହିପରି ଜଳ ଯୋଗାଣ ନେଇ ୨୭୨ ମେଗା ପ୍ରକଳ୍ପ ଚାଲିଛି । ଯେଉଁ ଜାଗାରେ ପାଣି ମିଳୁ ନଥିବ, ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ମନିଟରିଂ କରାଯାଉଛି । ସେହି ଆଧାରରେ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ପାଟହରା ଜଳପ୍ରପାତରେ ବୁଡିଗଲେ ଦୁଇ ପର୍ଯ୍ୟଟକ, ଘଣ୍ଟାଏ ଖୋଜିବା ପରେ ଉଦ୍ଧାର ହେଲା ମୃତଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.