LIVE TV

ନୂଆପଡ଼ା ନିର୍ବାଚନ ପାଇଁ ସହଯୋଗ ଲୋଡିଲେ ପିସିସି ସଭାପତି, ଯିଏ ସହାୟତା କରିବାକୁ ଚାହୁଁଛନ୍ତି...

NEWS7
pcc

ଭୁବନେଶ୍ୱର ୨୧୧୦ : ନୂଆପଡ଼ା ଉପନିର୍ବାଚନ ଜୋର ଧରିଲାଣି ପ୍ରଚାର ନିର୍ବାଚନୀ ମୈଦାନରେ ତିନି ଦଳର ଯୋଦ୍ଧା ସରିଛି  ସବୁ ଦଳର ରଣନୀତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଆରମ୍ଭ ହେଲାଣି କସରତ ତେବେ ଏସବୁ ଭିତରେ କର୍ମୀ ଓ ବରିଷ୍ଠ ନେତାଙ୍କ ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ

pcc​​​​​​​

ଏକ ପ୍ରେସ ରିଲିଜ ଜରିଆରେ ପିସିସି ସଭାପତି କହିଛନ୍ତି ଯେ, ନୂଆପଡ଼ା ପ୍ରାର୍ଥୀ ଘାସୀରାମ ମାଝୀଙ୍କ ବିଜୟ ପାଇଁ ସେ ଯୋଜନା ବଦ୍ଧ ଭାବେ ପ୍ରଚାର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଚାର ଅଭିଯାନର ମଙ୍ଗ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀଙ୍କୁ ପ୍ରଦାନ କରାଯାଇଛି । ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ପ୍ରଚାର ଓ​‌ ଶୋଭାଯାତ୍ରରେ ଶ୍ରୀ ପାଢୀଙ୍କୁ ସହଯୋଗ କରିବା ପାଇଁ ନେତା ଏବଂ କର୍ମୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ତାଙ୍କ ମୋବାଇଲ ୯୪୩୭୦୩୦୭୪୩ରେ ସୂଚୀତ କରିବାକୁ କୁହାଯାଇଛି ।

ଅନ୍ୟପଟେ ନିର୍ବାଚନ ପରିଚାଳନା ନିମନ୍ତେ ଆବଶ୍ୟକ ଅର୍ଥ ସଂଗ୍ରହ ପାଇଁ ମଧ୍ୟ କିଛି ବନ୍ଧୁଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପିସିସି ସଭାପତି । ଏଥି ସହିତ ଯେଉଁ ବନ୍ଧୁମାନେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପଙ୍କୁ ଏହି ମୋବାଇଲ (୯୪୩୭୧୭୦୧୦୨) ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।