IND vs SA 3rd T 20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳରେ ୨ଟି ପରିବର୍ତ୍ତନ, ସଞ୍ଜୁ ନିରାଶ

NEWS7
patient-allegedly-died-on-her-way-to-the-hospital-in-salipur

ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଖେଳା ଯାଉଛି ୩ୟ ଟି-୨୦ ମ୍ୟାଚ୍। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି। ଏହି ମୁକାବିଲା ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ। ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା।

ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି। ଅକ୍ଷର ପଟେଲ୍ ଓ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ହର୍ଷିତ ରାଣା ଓ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ପୁଣି ଥରେ ସଞ୍ଜୁ ସାମସନଙ୍କୁ ନିରାଶ ହେବାକୁ ପଡ଼ିଛି। ଆଜିର ମ୍ୟାଚ୍ରେ ବି ତାଙ୍କୁ ସୁଯୋଗ ମିଳିନି। ଦକ୍ଷିଣ ଆଫ୍ରିକା ଦଳରେ ମଧ୍ୟ ତିନୋଟି ପରିବର୍ତ୍ତନ ଘଟିଛି।

ଭାରତୀୟ ଦଳ

ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ।