News7 Logo

ଏୟାର ହୋଷ୍ଟେସ୍‌ଙ୍କ ସହ ଯୁକ୍ତି କରି ମୁସ୍କିଲରେ ପଡ଼ିଲେ ମହିଳା, ମିନିଟ୍‌ରେ ହରାଇଲେ ସିଟ୍ ଓ ସମ୍ମାନ

NEWS7
-

ନୂଆଦିଲ୍ଲୀ – ସୋସିଆଲ ମିଡ଼ିଆରେ ଏହି ସମୟରେ ଏକ ବିମାନର ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓ ଆମେରିକୀୟ ଏୟାରଲାଇନ୍ସର ଏକ ବିମାନର, ଯେଉଁଥିରେ ଜଣେ ମହିଳା ଯାତ୍ରୀ ଏୟାର ହୋଷ୍ଟେସଙ୍କ ସହ ଏମିତି ଅଶୋଭନୀୟ ଯୁକ୍ତି କଲେ ଯେ, ପୂରା ମାହୋଲ ଉତ୍ତେଜିତ ହୋଇ ଉଠିଲା। ଉକ୍ତ ଘଟଣାଟି କୋଷ୍ଟା ରିକାରୁ ଡଲାସ ଯାଉଥିବା ବିମାନରେ ଘଟିଛି।

ଭାଇରାଲ ଭିଡ଼ିଓରେ ଦେଖିବାକୁ ପାଇବେ ଯେ , ଏୟାର ହୋଷ୍ଟେସ୍‌ ସାଧାରଣ ପ୍ରକ୍ରିୟା ଅନୁସାରେ ,ଯାତ୍ରୀଙ୍କୁ ସୁରକ୍ଷା ନିୟମ ବିଷୟରେ ଘୋଷଣା କରୁଥିଲେ। ସେତେବେଳେ ହଠାତ୍‌ ମହିଳା ଯାତ୍ରୀ ଜୋରରେ କହିଲେ –ଚୁପ୍‌ ରୁହ। ଏହା ଶୁଣିବା କ୍ଷଣି ଏୟାର ହୋଷ୍ଟେସ୍‌ଙ୍କର କ୍ରୋଧ ଖୁବ୍‌ ବଢିଗଲା।

ଏୟାର ହୋଷ୍ଟେସ୍ ତୁରନ୍ତ ଯାତ୍ରୀଙ୍କ ପାଖକୁ ଗଲେ ଏବଂ କଡ଼ା ଶବ୍ଦରେ କହିଲେ –ଆପଣ କଣ ବିମାନରୁ ଓହ୍ଲାଇବାକୁ ଚାହୁଁଛନ୍ତି କି ? ଯଦି ନିୟମର ପାଳନ ନକରିବେ ତ ମୁଁ ପାଇଲଟଙ୍କୁ କହି ଆପଣଙ୍କୁ ବିମାନରୁ ଓହ୍ଲାଇ ଦେବି। ମହିଳା ଯାତ୍ରୀ ନିଜକୁ ବଞ୍ଚାଇବା ପାଇଁ ସଫେଇ ଦେଲେ- ମୁଁ ଶୁଣି ପାରୁନାହିଁ, କିନ୍ତୁ ଏୟାର ହୋଷ୍ଟେସ୍ ଆହୁରି ମଧ୍ୟ ଦୃଢ ପଦକ୍ଷେପ ନେଇ କହିଲେ –ଆପଣ ମୋ ଲିଷ୍ଟରେ ଏମିତି ବ୍ୟକ୍ତି ଭାବେ ନାହାନ୍ତି , ଯିଏ ଶୁଣି ପାରୁ ନାହାନ୍ତି। ଏଥିପାଇଁ ଏବେ ପାଇଲଟଙ୍କୁ କହିବି ଆପଣଙ୍କୁ ତୁରନ୍ତ ବିମାନରୁ ବାହାର କରାଯାଉ। କିଛି ସମୟ ମଧ୍ୟରେ ଏହି ଯୁକ୍ତିତର୍କ ପୂରା ବିମାନରେ ସେଣ୍ଟର ଅଫ୍ ଆଟ୍ରାକ୍ସନ ହୋଇଗଲା। ଅନ୍ୟ ଯାତ୍ରୀ ମଧ୍ୟ ଏହି ଉତ୍ତେଜିତ ମାହୋଲକୁ ଦେଖି ଚିନ୍ତିତ ଥିଲେ।

ଉକ୍ତ ଘଟଣାକୁ ବିମାନରେ ଉପସ୍ଥିତ ଜଣେ ଯାତ୍ରୀ କ୍ୟାମେରାରେ କଏଦ କରିନେଇ ଥିଲେ ଏବଂ ପରେ ଇନଷ୍ଟାଗ୍ରାମ୍‌ରେ ସେୟାର କରି ଦେଲେ। @jaycrenshaw ନାମକ ଆକାଉଣ୍ଟରୁ ପୋଷ୍ଟ କରାଯାଇ ଥିବା ଏହି ଭିଡ଼ିଓରେ କ୍ୟାପସନରେ ଲେଖାଯାଇଛି- ଶୁଣ ଓ ନିଜର ଏୟାର ହୋଷ୍ଟେସ୍‌ଙ୍କ ପ୍ରତି ଦୟାଳୁ ରୁହ , ନୁହେଁ ତ ...ଏହି ଭିଡ଼ିଓ ଖୁବ୍‌ ଜୋରରେ ଭାଇରାଲ ହୋଇ ଯାଇଛି। ଏବେସୁଦ୍ଧା ଏହାକୁ ୪୬ ହଜାରରୁ ଅଧିକ ଭ୍ୟୁଜ୍‌ ଓ ଶହ ଶହ ଲାଇକ୍ସ ମିଳି ସାରିଛି।

ଭିଡ଼ିଓ ସାମ୍ନାକୁ ଆସିବା କ୍ଷଣି ସୋସିଆଲ ମିଡ଼ିଆରେ ଯୁକ୍ତତର୍କ ଆରମ୍ଭ ହୋଇ ଯାଇଛି। ଅନେକ ୟୁଜର ପ୍ରଫେସନାଲିଜିମ୍‌ର ପ୍ରଶଂସା କରିଛନ୍ତି ଏବଂ ଲେଖିଛନ୍ତି –ସେ ସ୍ଥିତିକୁ ଖୁବ୍‌ ଭଲରେ ସମ୍ଭାଳିଛନ୍ତି। ଅନ୍ୟପଟେ କିଛି ଲୋକ ଯାତ୍ରୀଙ୍କ ହରକତକୁ ଅନାବଶ୍ୟକୀୟ ଡ୍ରାମା ବୋଲି କହିଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବଡ଼ ଯୁକ୍ତିତର୍କର ବିଷୟ ହୋଇ ଯାଇଛି। ଲୋକଙ୍କ କହିବାନୁସାରେ , ପବ୍ଲିକ୍‌ ପ୍ଲେସ୍‌ ବା ଫ୍ଲାଇଟ୍‌ ଭଳି ସ୍ଥାନଗୁଡ଼ିକରେ ଯାତ୍ରୀଙ୍କ ବ୍ୟବହାର ହିଁ ମାହୋଲ ସ୍ଥିର କରିଥାଏ । ଗୋଟିଏ ଛୋଟିଆ ଯୁକ୍ତିତର୍କ ବି ହଙ୍ଗାମାରେ ବଦଳି ଯାଇ ପାରେ।