ଇସଲାମାବାଦ – ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଆଫଗାନିସ୍ତାନକୁ ଯୁଦ୍ଧର ଧମକ ଦେଇଛନ୍ତି। ଖ୍ୱାଜା ମହମ୍ମଦ ଆସିଫ୍‌ କହିଛନ୍ତି ,ଯଦି ଇନସ୍ତାବୁଲରେ ଚାଲିଥିବା କଥାବାର୍ତ୍ତା ବେଳେ ବୁଝାମଣା ନହୁଏ ତ ପୁଣି ଖୋଲା ଖୋଲି ଯୁଦ୍ଧ ଲାଗିବ। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି , ଆଫଗାନିସ୍ତାନ ଶାନ୍ତି ଚାହୁଁଛି। କିନ୍ତୁ ଯଦି କଥା ଠିକ୍‌ ନହୁଏ ତ ଏହା ଏକ ଓପେନ ୱାର ହେବ। ଖ୍ୱାଜ ମହମ୍ମଦ ଆସିଫ୍‌ଙ୍କର ଏହି ବୟାନ ଏମିତି ସମୟରେ ଆସିଛି ଯେବେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଶନିବାର ଇସ୍ତାନବୁଲରେ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।

ପାକିସ୍ତାନର ଖବର କାଗଜ ଦ ଡନ୍‌ ମୁତାବିକ, ତୁର୍କୀର ରାଜଧାନୀରେ ଚାଲି ଥିବା ଏହି ଆଲୋଚନାର ଉଦ୍ଦେଶ୍ୟ ସୁରକ୍ଷା ଚିନ୍ତାକୁ ଦୂର କରିବା । ଏହାସହ ଦୁଇ ଦେଶର ସେୟାର ସୀମାରେ ଲମ୍ୱା ଅବଧି ପାଇଁ ଅସ୍ତ୍ରବିରତି ମଧ୍ୟ କରିବା । କହି ରଖୁଛୁ କି , ଉଭୟ ଦେଶ ମଧ୍ୟରେ ସୀମାରେ ଦୁଇ ସପ୍ତାହ ସୁଦ୍ଧା ଫାୟାରିଂ ହୋଇ ଥିଲା। ଏହି ସମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଏହି ଧମକ ମଧ୍ୟ କାବୁଲରେ ହୋଇଥିଲା। ତାଲିବାନ ସରକାରର କହିବା ହେଲା ଯେ, ଏହା ପାକିସ୍ତାନ ସରକାର କରାଇଛି। ଆରମ୍ଭରେ ଉଭୟ ପକ୍ଷରେ ଯୁଦ୍ଧ ବିରତି ଉପରେ ସହମତି ହୋଇଥିଲା। କିନ୍ତୁ ଏହା କିଛି ହିଁ ଦିନ ଯାଏ ଚାଲି ଥିଲା। କାବୁଲ ଏଥିପାଇଁ ଇସଲାମାବାଦକୁ ଦାୟୀ କରିଥିଲା। ପୁଣି ରବିବାର କତାର ଓ ତୁର୍କୀର ମଧ୍ୟସ୍ଥତା ପରେ ଦ୍ୱିତୀୟ ଥର ସୀମାରେ ଶାନ୍ତି ପୁନଃସ୍ଥାପିତ ହୋଇଥିଲା।

ଶନିବାର ଇସ୍ତାନବୁଲରେ ମଧ୍ୟସ୍ଥତା କରିଥିବା ଦୋହା ଆଲୋଚନାକ ସର୍ତ୍ତକୁ ଲାଗୁ କରାଇବାକୁ ଆଶା ରଖିଛି। ହେଲେ କଥାବାର୍ତ୍ତାର ସମୟ ଓ ସ୍ଥାନ ବିଷୟରେ ତତ୍କାଳ ସୂଚନା ମିଳି ପାରି ନାହିଁ। ଆଫଗାନିସ୍ତାନ ପକ୍ଷର ଅଧ୍ୟକ୍ଷତା ଡେପୁଟୀ ଇଣ୍ଟିନିୟର ମିନିଷ୍ଟର ହାଜି ନଜିବ କରୁଛନ୍ତି। ସେ ଶୁକ୍ରବାର ତୁର୍କୀରେ ପହଞ୍ଚ ଥିଲେ। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ଦୁଇ ସଦସ୍ୟ ବିଶିଷ୍ଟ ଡେଲିଗେସନ ପହଞ୍ଚିଛନ୍ତି।