News7 Logo

ପାକିସ୍ତାନର ସବୁଠୁ ଧନୀ ବିଜନେସ୍ ଗ୍ରୁପ୍ କୌଣସି କମ୍ପାନୀ ନୁହେଁ , ବରଂ ସେନାର ଫୌଜି ଫାଉଣ୍ଡେସନ, ଯାହାର ମୂଲ୍ୟ ୬ ବିଲିୟନ ଡଲାର : ରିପୋର୍ଟ

NEWS7
--

ନୂଆଦିଲ୍ଲୀ – ଆଇଏଏନଏସର ଏକ ରିପୋର୍ଟରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସାଧାରଣ ପାକିସ୍ତାନୀମାନେ ଉଚ୍ଚ ମୂଲ୍ୟ ଏବଂ ଚାକିରି ହରାଇବା ସହିତ ସଂଘର୍ଷ କରୁଥିବା ବେଳେ, ଦେଶର ସେନା ନିଜକୁ ପାକିସ୍ତାନର ସର୍ବବୃହତ ବ୍ୟବସାୟ ସାମ୍ରାଜ୍ୟରେ ପରିଣତ କରିଛି। ଆର୍ଥିକ ନୀତି ଓ ବ୍ୟବସାୟ ବିକାଶ ଥିଙ୍କ୍ ଟ୍ୟାଙ୍କ୍ (ଇପିବିଡି) ଦ୍ୱାରା ଜାରି ନିୟୁ ପରସେପ୍ସନ ଇଣ୍ଡେକ୍ସ ୨୦୨୫ ରେ ଦେଶର ଶ୍ରେଷ୍ଠ ୪୦ ବ୍ୟବସାୟିକ ଗ୍ରୁପ୍କୁ ତାଲିକାଭୁକ୍ତ କରାଯାଇଛି। ଏହି ରାକିଂରେ ସେନା ପରିଚାଳିକ ସଂସ୍ଥା ଗୁଡ଼ିକର ପ୍ରାଧ୍ୟାନ୍ୟ ରହିଛି। ଯେଉଁଥିରେ ପ୍ରଥମ ଥର ପାଇଁ ଡଲାର – ବିଲିୟନିୟର ଗ୍ରୁପ୍ ଗୁଡ଼ିକ ତାଲିକା ମଧ୍ୟ ସାମିଲ ଅଛି। କୋଟି କୋଟି ଟଙ୍କା ସାମରିକ ନିୟନ୍ତ୍ରଣରେ ଥିବା ରିପୋର୍ଟରେ ଖୁଲାସା ହୋଇଛି।

୨୦୨୫ ସୁଦ୍ଧା , ବିଦେଶୀ ଆକଳନ ଅନୁସାରେ , ସେନାର ବ୍ୟବସାୟ ପ୍ରତିବର୍ଷ ଅନେକ ବିଲିୟନ ଡଲାର , ଯାହା ନିରନ୍ତର ଗରିବୀ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏକ ଦେଶ ପାଇଁ ଏକ ଆଶ୍ଚର୍ଯ୍ୟଜନକ ପରିମାଣ। ଫୌଜି ଫାଉଣ୍ଡେସନ ୫.୯ ବିଲିୟନ ଡଲାରର ସହ ତାଲିକାରେ ଶୀର୍ଷରେ ରହିଛି,ଯାହାକି ଆଉ ୯ ସେନା ସମ୍ୱନ୍ଧିତ କମ୍ପାନୀ ପ୍ରତ୍ୟେକ ୧ ବିଲିୟନ ଡଲାରରୁ ଅଧିକ ରହିଛି। ସାମରିକ ବାହିନୀର ପରିସର କେବଳ ପ୍ରତିରକ୍ଷା ନୁହେଁ, ଅସ୍ତ୍ରଶସ୍ତ୍ରଠାରୁ ବହୁ ଦୂରକୁ ବିସ୍ତାରିତ। ରିପୋର୍ଟରେ କୁହାଯାଇଛି , ଫୌଜୀ ଫାଉଣ୍ଡେସନ, ଆର୍ମି ୱେଲଫେୟର ଟ୍ରଷ୍ଟ ଓ ଡିଫେନ୍ସ ହାଉସିଂ ଅଥୋରିଟି (ଡିଏଚଏ) ଭଳି ସଂସ୍ଥା ବ୍ୟାକିଂ , କୃଷି , ଉତ୍ପାଦନ ,ରିଅଲ ଇଷ୍ଟେଟ୍ , ଶିକ୍ଷା ଓ ଖୁଚୁରା କ୍ଷେତ୍ରରେ ସଂପତ୍ତି ଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିଥାଏ। ଏହି ସଂଗଠନଗୁଡ଼ିକ ଟିକସ ଛାଡ଼, ସରକାରୀ ଜମି ଉପରେ ସ୍ୱତନ୍ତ୍ର ପ୍ରବେଶ ଏବଂ ସାଧାରଣ ବଜାର ପ୍ରତିଯୋଗିତାରୁ ସେମାନଙ୍କୁ ପୃଥକ କରୁଥିବା ନିୟାମକ ସୁରକ୍ଷାରୁ ଲାଭ ଦିଏ।” ସମ୍ପତ୍ତିର ଏହି କେନ୍ଦ୍ରୀକରଣ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ଅଧିକାରୀମାନଙ୍କୁ ଅତ୍ୟଧିକ ନିୟନ୍ତ୍ରଣ ପ୍ରଦାନ କରେ, ଯେତେବେଳେ କି ବେସାମରିକ ବ୍ୟବସାୟଗୁଡ଼ିକ ବଞ୍ଚିବା ପାଇଁ ସଂଘର୍ଷ କରିଥାନ୍ତି।

ପାକିସ୍ତାନ IMF ଋଣ ଉପରେ ନିର୍ଭରଶୀଳ ସତ୍ତ୍ୱେ, ସେନା ଟ୍ୟାଙ୍କ ଏବଂ ଲଢ଼ୁଆ ବିମାନ ପାଇଁ ଅତ୍ୟଧିକ ଖର୍ଚ୍ଚ କରୁଛି। ଏହି ସମୟରେ, ପରିବାର ଗୁଡ଼ିକୁ ବଢ଼ୁଥିବା ବେକାରୀ ଏବଂ ହ୍ରାସ ପାଉଥିବା ଆୟର ସମ୍ମୁଖୀନ ହେଉଛନ୍ତି। ଅବଜରଭର ଅନୁସାରେ , ପାକିସ୍ତାନର ପ୍ରତି ବ୍ୟକ୍ତିର ଆୟ  ୨୦୨୫ ରେ ୬,୯୫୦ ଡଲାରରେ ଅଟକିଛି ,ଯାହା ଏହାର ପଡୋଶୀ ଦେଶ ଗୁଡ଼ିକ ଠାରୁ ବହୁତ କମ୍। ସହର ଓ ଗାଁ ଗୁଡ଼ିକର ମଧ୍ୟରେ ଅସମାନତା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱ ବ୍ୟାଙ୍କର ୨୦୨୫ର ନିଷ୍କର୍ଷ ଏକ ନିରାଶାଜନକ ଚିତ୍ର ପ୍ରଦାନ କରୁଛି ।ପାକିସ୍ତାନର ୪୪.୭ ପ୍ରତିଶତ ଜନସଂଖ୍ୟା ୪.୨୦ ଡଲାର ପ୍ରତି ଦିନର ଗରିବୀ ରେଖା ତଳେ ରହୁଛନ୍ତି।

ଏହାଠାରୁ ମଧ୍ୟ ଅଧିକ ଚିନ୍ତାଜନକ କଥା ଏହା ଯେ, ୧୬.୫ ପ୍ରତିଶତ –ପାଖାପାଖି ୩୯.୮  ମିଲିୟନ ଲୋକ-ଅତ୍ୟଧିକ ଗରିବୀରେ ରହୁଛନ୍ତି , ଯାହା ପ୍ରତି ଦିନ ୩ ଡଲାରରୁ ବି କମ୍ ଆୟ କରନ୍ତି , ଯାହାକି ପ୍ରଥମେ ଏହା କେବଳ ୪.୯ ପ୍ରତିଶତ ଥିଲା। ପାଖାପାଖି ୬ ବିଲିୟନ ଡଲାର ସହ , ପାକିସ୍ତାନୀ ସେନାର ଫୌଜି ଫାଉଣ୍ଡେସନ କିଛି ମଧ୍ୟମ ଆକାରର ଭାରତୀୟ କର୍ପୋରେସନ ଭଳି ଆପୋଲ ହସ୍ପିଟାଲର ବା ଜେଏସଡବ୍ୟୁ ଏନର୍ଜୀ ସହ ତୁଳନୀୟ ।​​​​​​​​​​​​​​