Cockroach Party In Case: ଭାରତରୁ ପାକିସ୍ତାନକୁ ଉଡ଼ିଲା କକ୍ରୋଚ। ଏବେ ପାକିସ୍ତାନରେ ଗଠନ ହେଲା କକ୍ରୋଚ ପାର୍ଟି। ଭାରତର ଏହି ଟ୍ରେଣ୍ଡ ଏବେ ପାକିସ୍ତାନକୁ ଡେଇଁଛି। ପାକିସ୍ତାନରେ ଦୁଇଟି କକ୍ରୋଚ ପାର୍ଟି- କକରୋଚ ଆୱାମୀ ପାର୍ଟି (ସିଏପି) ଏବଂ କକରୋଚ ଆୱାମୀ ଲିଗ (ସିଏଏଲ୍)ର ଗଠନ ହୋଇଛି।

ପ୍ରକୃତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ମନ୍ତବ୍ୟ ପରେ ଏହି ଟ୍ରେଣ୍ଡ ଆରମ୍ଭ ହୋଇଛି। ସୂର୍ଯ୍ୟକାନ୍ତ ବିଭିନ୍ନ ଆନ୍ଦୋଳନରେ ସାମିଲ ହେଉଥିବା ଯୁବବର୍ଗକୁ "କୋକରୋଚ୍" ଏବଂ "ପରଜୀବୀ" ବୋଲି କହିଥିଲେ। ଏହାକୁ ନେଇ ବିବାଦ ତେଜିବା ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ତାଙ୍କର ମନ୍ତବ୍ୟ ସବୁ ବେକାର ଯୁବବର୍ଗଙ୍କ ପାଇଁ ନଥିଲା। ବିଚାରପତିଙ୍କ ଏଭଳି ମନ୍ତବ୍ୟକୁ ସୋସିଆଲ୍ ମିଡିଆରେ ପ୍ରବଳ ବିରୋଧ କରାଯାଇଥିଲା।

ଏହାପରେ ଆମ ଆଦ୍‌ମୀ ପାର୍ଟିର ଜଣେ ପୂର୍ବତନ ସୋସିଆଲ୍ ମିଡିଆ କର୍ମୀ ଅଭିଜିତ ଦୀପକେ ମେ ୬ ତାରିଖରେ ସୋସିଆଲ୍ ମିଡିଆରେ କକରୋଚ ଜନତା ପାର୍ଟି ଗଠନ କରିଥିଲେ। ଚାହୁଁ ଚାହୁଁ ଏହି ଆକାଉଣ୍ଟକୁ ଏତେ ସପୋର୍ଟ ମିଳିଥିଲା ଯେ ଏହାର ଇନଷ୍ଟା ଆକାଉଣ୍ଟ ମାତ୍ର ୪ ଦିନରେ ୧୫ ମିଲିଅନ ଅତିକ୍ରମ କରିଥିଲା। ଯାହା ବିଜେପିର ଇନଷ୍ଟା ଆକାଉଣ୍ଟସର ଫଲୋଆର୍ସକୁ ଟପିଯାଇଥିଲା। ପରେ ଏହି ଆକାଉଣ୍ଟକୁ ଭାରତରେ ବନ୍ଦ କରିଦିଆଯାଇଥିଲା। କିନ୍ତୁ ଅଭିଜିତ ଆଉ ଏକ ଆକାଉଣ୍ଟ ଖୋଲି ପୁଣି ଲୋକଙ୍କୁ ଫଲୋ କରିବାକୁ ଆହ୍ୱାନ ଦେଇଥିଲେ। ଦ୍ୱିତୀୟ ଆକାଉଣ୍ଟକୁ ବି ଲୋକେ ପାଗଳ ପରି ଫଲୋ କରିଥିଲେ।

Also Read- Green Card: ଗ୍ରୀନ କାର୍ଡ ଅପେକ୍ଷା କରିଥିବା ଭାରତୀୟଙ୍କୁ ଝଟକା ! ଟ୍ରମ୍ପ ପ୍ରଶାସନର ନୂଆ ନିୟମ, 'ପ୍ରଥମେ ଆମେରିକା ଛାଡ଼, ତା'ପରେ ଏଣ୍ଟ୍ରି କର'

ଆଉ ଏବେ ଏହି କକ୍ରୋଚ ପାର୍ଟିର ଟ୍ରେଣ୍ଡ ପାକିସ୍ତାନରେ ଦେଖା ଦେଇଛି। ଭାରତରେ ଏହାର ସଫଳତା ଦେଖି ପାକିସ୍ତାନରେ ମଧ୍ୟ ଅନଲାଇନ କକ୍ରୋଚ ପାର୍ଟି ଗଠନ କରାଯାଇଛି। ପାକିସ୍ତାନର କକରୋଚ ଆୱାମୀ ପାର୍ଟିର ଇନଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ଲେଖାଯାଇଛି “ହଁ କପି ହେଇଛି, କିନ୍ତୁ ସେଥିରେ କ’ଣ ଅଛି, ଲକ୍ଷ୍ୟ କିନ୍ତୁ ସମାନ।” ଏହି ଆକାଉଣ୍ଟଟି ସବୁଜ ଏବଂ ଧଳା ବ୍ରାଣ୍ଡିଂ ବ୍ୟବହାର କରିବା ସହ ପାକିସ୍ତାନରେ "ପ୍ରତ୍ୟେକ ଜେନ-ଜିର ପ୍ରକୃତ ସ୍ୱର" ହେବାର ଲକ୍ଷ୍ୟ ରଖିଛି। ଏହା ନିଜକୁ ପ୍ରତିଷ୍ଠିତ ରାଜନୈତିକ ଦଳଗୁଡ଼ିକର ବିକଳ୍ପ ଭାବରେ ସ୍ଥାପିତ କରିବାକୁ ଚାହୁଁଛି।

ସୋସିଆଲ୍ ମିଡିଆରେ ଏକ୍ସରେ ଏକାଧିକ ଆକାଉଣ୍ଟ କ୍ରିଏଟ ହୋଇଛି। ସେଥିରେ ଗୋଟିଏ ପେଜ୍‌ରେ ଲେଖାଯାଇଛି “ଜିହ୍ନେ ସିଷ୍ଟମରେ କକରୋଚ ସମଝା, ହମ ଉହ୍ନି ଆୱାମ କୀ ଆୱାଜ ହେଁ।” ସେହିଭଳି ଅନ୍ୟ ଏକ ପେଜ୍ କକ୍ରୋଚ ଆୱାମୀ ଲିଗରେ ସ୍ଲୋଗାନ ରହିଛି. ହର ହାଲାତ ମେଁ ଜିନ୍ଦା ହେ।