ବେଜିଂ: ଚୀନରେ ଲଞ୍ଚ ହୋଇଛି ୱାନପ୍ଲସ୍‌ର ନୂଆ ଫ୍ଲାଗ୍‌ସିପ ସ୍ମାର୍ଟଫୋନ୍ OnePlus 15iQOO 15 ଅପେକ୍ଷା ଏଥିରେ ଭଲ ଫିଚର୍ସ ରହିଛି। ସ୍ନାପଡ୍ରାଗନ୍ ଏଲିଟ୍ ଜେନ୍ ଚିପସେଟ୍(napdragon 8 Elite Gen 5 chipset) ସହ ,୩୦୦mAh ବଡ଼ ବ୍ୟାଟେରୀ ଦିଆଯାଇଛି। OnePlus 15ରେ କମ୍ପାନୀ ପ୍ରଥମ ଥର ପାଇଁ DetailMax ଇମେଜିଂ ଇଞ୍ଜିନ୍ ଦେଇଛି।

ଏହା ପୂର୍ବରୁ OnePlus 13 ଲଞ୍ଚ ହୋଇଥିଲା। ହେଲେ କମ୍ପାନୀ OnePlus 14 କୁ ଛାଡ଼ି ସିଧା OnePlus 15 ଲଞ୍ଚ କରିଛି। କାରଣ ଚୀନରେ ୪ ମମ୍ବରକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଏଥିପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି। OnePlus 15 ସହିତ କମ୍ପାନୀ OnePlus Ace 6 ସ୍ମାର୍ଟଫୋନ ମଧ୍ୟ ଲଞ୍ଚ କରିଛି। ଯାହା ପରମୁହୂର୍ତ୍ତରେ ଭାରତରେ OnePlus 15R ନାଁରେ ଲଞ୍ଚ ହୋଇପାରେ।


OnePlus 15 ଡିଜାଇନ ଏବଂ ବ୍ୟୁଲ୍ଡ

OnePlus 15 ଏହାର ପୂର୍ବବର୍ତ୍ତୀ ମଡେଲ OnePlus 13 ଅପେକ୍ଷା ଭିନ୍ନ ଡିଜାଇନରେ ଲଞ୍ଚ ହୋଇଛି। ଏକ ସୁନ୍ଦର ମ୍ୟାଟ୍ ବ୍ୟାକ୍ ଡିଜାଇନ୍ ସହିତ ଫୋନଟିରେ ଏକ ବର୍ଗାକାର କ୍ୟାମେରା ମଡ୍ୟୁଲ୍ ଅଛି ଏହି ହ୍ୟାଣ୍ଡସେଟର ଫ୍ରେମ୍ ମାଇକ୍ରୋସ୍ପେସ୍-ଗ୍ରେଡ୍ ନାନୋ-ସେରାମିକ୍ ଧାତୁରେ ତିଆରି ବୋଲି କମ୍ପାନୀ ଦାବି କରିଛି । OnePlus 15 ଧୂଳି ଏବଂ ଜଳ ପ୍ରତିରୋଧ(ଡଷ୍ଟ ଆଣ୍ଡ ୱାଟର ରେଜିଷ୍ଟାଣ୍ଟ) ପାଇଁ IP66/IP68/69/IP69K ରେଟିଂ ମଧ୍ୟ ପାଇଛି।

OnePlus 15 କ୍ୟାମେରା

ଏଥର ୱାନପ୍ଲସ୍‌ ଫୋନ୍‌ କ୍ୟାମେରାରେ ହାସେଲବ୍ଲାଡ୍‌ର ବ୍ରାଣ୍ଡିଂ ଦେଖିବାକୁ ମିଳିବନି। କମ୍ପାନୀ ହାସେଲବ୍ଲାଡ ସହିତ ଚୁକ୍ତି ଶେଷ କରି ଦେଇଛି। ତାବଦଳରେ କମ୍ପାନୀ ଏହାର ନିଜର ଇମେଜିଂ ଇଞ୍ଜିନ ଡିଟେଲମ୍ୟାକ୍ସର ସୁବିଧା ଦେଇଛି। ଯାହାକୁ ଚୀନରେ ଲୁମୋ କୁହାଯଉଛି।

OnePlus 15 ରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି। ସମସ୍ତ ସେନ୍ସର ୫୦-ମେଗାପିକ୍ସେଲର। ଯେଉଁଥିରେ ଏକ ପ୍ରାଇମେରି, ଅଲଟ୍ରାୱାଇଡ୍ ଏବଂ ଟେଲିଫଟୋ ଲେନ୍ସ ଦିଆଯାଇଛି। ସେନ୍ସରଗୁଡ଼ିକ ଗତ ବର୍ଷ ତୁଳନାରେ ଛୋଟ ହୋଇଥିଲେ ବି ଏଥିରେ ଥିବା ନୂଆ ଇମେଜିଂ ଇଞ୍ଜିନ୍ ସିଷ୍ଟମ ଫଟୋ ଓ ଭିଡିଓଗ୍ରାଫୀରେ ଭଲ ପ୍ରଦର୍ଶନ କରିବ ବୋଲି ୱାନପ୍ଲସ୍ ଦାବି କରିଛି। ସେହିପରି OnePlus 15 ରେ ୩୨-ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ସେନ୍ସର ଦିଆଯାଇଛି।

OnePlus 15 ପ୍ରଦର୍ଶନ(ପରଫରମାନ୍ସ), ଡିସପ୍ଲେ ଓ ବ୍ୟାଟେରୀ

ନୂଆ OnePlus ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ରେ କ୍ୱାଲକମର ନୂଆ Snapdragon 8 Elite Gen 5 ଚିପସେଟ୍ ଦିଆଯାଇଛି, ଯାହାର କାର୍ଯ୍ୟଦକ୍ଷତା ସବୁଠାରୁ ଭଲ ହେବ। ଏହା ବ୍ୟତୀତ, OnePlus 15 ରେ ଉନ୍ନତ ଗେମିଂ ପାଇଁ ଜି୨ ଗେମିଂ ଚିପ୍ ମଧ୍ୟ ରହିଛି। କମ୍ପାନୀ ପ୍ରଥମ ଥର ଏହି ସ୍ମାର୍ଟଫୋନ୍‌ରେ ୧୬୫ହର୍ଟ୍ଜ ରିଫ୍ରେସ୍ ରେଟ୍ ସହିତ ୬.୭୮ ଇଞ୍ଚ ୧.୫କେ ଆମୋଲେଡ ଡିସପ୍ଲେ ଦିଆଯାଇଛି। କମ୍ପାନୀର କହିବା ଅନୁଯାୟୀ, ଏଥିରେ ମାତ୍ର ୧.୧୫ଏମଏମ ର ପତଳା ବେଜେଲ୍ସ ରହିଛି। ଭଲ ଡିସପ୍ଲେ ଭ୍ୟୁ ପାଇଁ ଏଥିରେ P3 ଚିପ୍ ମଧ୍ୟ ଦିଆଯାଇଛି।

ଏହି ଡିଭାଇସରେ ଗ୍ଲେସିୟର ଭାପର୍ କୁଲିଂ ସିଷ୍ଟମ ସହିତ ୭,୩୦୦mAh ବ୍ୟାଟେରୀ ଦିଆଯାଇଛି। OnePlus ୧୫ରେ ୧୨୦ ୱାଟର ୱାୟର୍ଡ ଚାର୍ଜର ଦିଆଯାଇଥିବା ବେଳେ ଫୋନ୍‌ଟି ୫୦ ୱାଟର ୱୟାରଲେସ୍ ପାଷ୍ଟ ଚାର୍ଜିଂ ସପୋର୍ଟ କରେ।

OnePlus 15 ଲଞ୍ଚ ଏବଂ ମୂଲ୍ୟ

OnePlus 15 ବର୍ତ୍ତମାନ ପାଇଁ କେବଳ ଚୀନରେ ଲଞ୍ଚ ହୋଇଥିବା ବେଳେ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଏହା ସାରା ବିଶ୍ୱରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି। ଚୀନରେ ଏହି ହ୍ୟାଣ୍ଡସେଟ୍ 12GB+256GB ଭାରିଆଣ୍ଟ ପାଇଁ ୩,୯୯୯ ୟୁଆଇନ (ପ୍ରାୟ ୫୦,୦୦୦ ଟଙ୍କା) ରେ ଲଞ୍ଚ କରାଯାଇଛି। ତେବେ ଭାରତରେ ଏହା କେତେ ଦାମରେ ଲଞ୍ଚ ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇ ନାହିଁ। ତେବେ OnePlus ୧୩ ପରି OnePlus 15ର ମୂଲ୍ୟ ଭାରତରେ ୭୨,୯୯୯ ଟଙ୍କା ରହିପାରେ ବୋଲି ଆଶା କରାଯାଉଛି।

ସବୁଠାରୁ ବଡ଼ କଥା ହେଲା OnePlus 15 ରେ ଏଥର iQOO 15 ଅପେକ୍ଷା ଭଲ ସ୍ପେସିଫିକେସନ୍ ଓ କମ ଦାମରେ ଲଞ୍ଚ ହୋଇଛି। iQOO 15ର ମୂଲ୍ୟ ଚୀନରେ ୪,୧୯୯ ୟୁଆନ (ପ୍ରାୟ ୫୨,୦୦୦ ଟଙ୍କା) ରେ ଲଞ୍ଚ ହୋଇଥିଲା।