News7 Logo

ଚୋରି ଉଦ୍ୟମ ବେଳେ ପରିବା ବ୍ୟବସାୟୀଙ୍କୁ ଛୁରାମାଡ଼, ବାମ ହାତରେ ବାଜିଛି ଛୁରୀ

NEWS7
puri

ପୁରୀ ୧୧।୦୯ : ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ଠାରେ ଜଣେ ପରିବା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି । ଯେଉଁଥିରେ ପରିବା ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ଠାରେ ଘଟିଛି ଘଟଣ। ତିନି ଜଣ ଦୁର୍ବୃତ୍ତ ଆସି ପରିବା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି । ଦୋକାନରେ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସୁକାନ୍ତ ଅଟକାଇଥିଲା । ଯାହାକୁ ନେଇ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିଲେ । ଏହାପରେ ସୁକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାକି ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହିତ ପାଖରେ ଲାଗିଥିବା ସିସିଟିଭିକୁ ବି ଯାଞ୍ଚ କରୁଛି ପୋଲିସ ।