ପାଟଣାଗଡ଼ ୧୦।୧୧ : ଦୁଇ ବାଇକ ମୁହାଁମୁହିଁ ଧକ୍କା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମାଲିଝର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

​​​​​​​

ଖବର ଅନୁଯାୟୀ, ବେଲପଡା ଥାନା ବାଘଉଡାରକୁ ଛତିଶଗଡ ରୟପୁରର ସମ୍ରାଟ ବାଗ  ତାଙ୍କ ପରିବାର ସହିତ ଏକ ବାହାଘରରେ ଯୋଗ ଦେବା ପାଇଁ ଆସିଥିଲେ। କୌଣସି କାମରେ ସମ୍ରାଟ ଆଉ ଦୁଇଜଣଙ୍କ ସହିତ ବାଇକରେ ବେଲପଡା ଯାଇ ଫେରୁଥିବା ବେଳେ ମାଲିଝର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ ସହ ଧକ୍କା ହୋଇଥିଲା । ଯାହାଫଳରେ ତିନି ଜଣ ଗୁରୁତର ହୋଇ ରାସ୍ତାକଡରେ ପଡି ଛଟପଟ ହେଉଥିଲେ । ଏହାପରେ ସ୍ଥାନୀୟ ଲୋକେ ତିନି ଗୁରୁତରଙ୍କୁ ଉଦ୍ଧାର କରି ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ନାଁ ସମ୍ରାଟ ବୋଲି ଜଣାପଡିଛି । ବାକି ଅନ୍ୟ ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବେଲପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।