LIVE TV

ବିଲରେ କାମ କରୁଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

NEWS7
lighting

ଖଲ୍ଲିକୋଟ ୨୧।୦୯ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭରଷା ନୂଆପଲ୍ଲୀ ଗାଁରେ ଅଘଟଣ । ବିଲକୁ କାମ କରୁଥିବା ସମୟରେ ମାରିଲା ବଜ୍ରପାତ । ଚାଲିଗଲା ଜଣଙ୍କ ଜୀବନ । ମୃତକଙ୍କ ନାମ ଚନ୍ଦ୍ରମା ଗୌଡ଼ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଖଲ୍ଲିକୋଟ ଥାନା ଭରଷା ନୂଆପଲ୍ଲୀର ଚନ୍ଦ୍ରମା ଗୌଡ଼ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ କାମ କରିବା ବେଳେ ହଠାତ୍‌ ବଜ୍ରପାତ ମାରିଥିଲା । ଯେଉଁଥିରେ ଚନ୍ଦ୍ରମା ଗୁରୁତର ହୋଇଥିଲେ । ଏହାପରେ ଚନ୍ଦ୍ରମାଙ୍କୁ ଗୁରୁତର ଭାବେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଶନିବାର ଦିନ  ବେଗୁନିଆପାଡ଼ା ଥାନା ଶଙ୍ଖଭୁଇଁ ଗାଁର ସୁବାଷ ଦାସଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା ।