ବଣାଇ ୧୧।୦୯ : ଥମୁନି ହାତୀ ମଣିଷ ଲଢେଇ। ବୃଦ୍ଧଙ୍କୁ ଘରୁ ଟାଣି ଆଣି ଦଳିଦେଲା ଦନ୍ତା।  ସୁନ୍ଦରଗଡ଼ କୋଇଡ଼ା ବନାଞ୍ଚଳ ସାନ ଇନ୍ଦୁପୁର ଗିରୱାଲ ହାଟିଙ୍ଗରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, ସାନ ଇନ୍ଦୁପୁର ଗିରୱାଲ ହାଟିଙ୍ଗର ବୃଦ୍ଧ ଶିବରାମ ବଡାଇକବୁ ଘର ଭିତରେ ଶୋଇଥିଲେ। ଏତିକି ବେଳେ ତାଙ୍କୁ ଏକ ଦନ୍ତା ହାତୀ ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚିନଥିଲା । ଯାହାଫଳରେ ଘର ନିକଟରେ ଶିବରାମଙ୍କ ଶବ ପଡ଼ିରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ହାତୀକୁ ଘଉଡ଼ାଇବା ପାଇଁ ଦାବି କରାଯାଇଛି।