LIVE TV

ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀ ମୃତ, ୨ ଗୁରୁତର

NEWS7
dd

ଆନନ୍ଦପୁର ୨୯।୦୯ : କୋରିଅର କମ୍ପାନୀର ଗୋଦାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନମ୍ବର ଜାତୀୟ ରାଜପଥର ଘଷିପୁରା ବାଇପାସ୍ ନିକଟରେ ଘଟିଛି ଅଘଟଣ ।

ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ୨୦ ନମ୍ବର ଜାତୀୟ ରାଜପଥର ଘଷିପୁରା ବାଇପାସ ନିକଟରେ ଏକ କୋରିଅର କମ୍ପାନୀର ଗୋଦାମ ରହିଛି । ଯେଉଁଥିରେ ଅନଲୋଡ ହେବା ପାଇଁ କିଛି ମାଲ ଆସିଥିଲା । ଟ୍ରକରୁ ମାଲ୍‌ ଅନଲୋଡ ହେବା ସମୟରେ ବିଦ୍ୟୁତ ଟ୍ରାନ୍ସଫର୍ମରେ ଟ୍ରକର ଡୋର୍‌ ଲାଗିଯାଇଥିଲା । ଯାହାଫଳରେ ଅନଲୋଡ କରୁଥିବା କର୍ମଚାରୀ ଜଣଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଯେଉଁଥିରେ ସେ ଗୁରୁତର ହୋଇପଡିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ମୃତକ ସ୍ଥାନୀୟ ମଙ୍ଗଳପୁର ଗାଁର ସୁଶାନ୍ତ କୁମାର ଦାସ ବୋଲି ଜଣାପଡିଛି । ବାକି ଗୁରୁତର ଥିବା ଦୁଇ ଜଣ ହେଲେ ପଦ୍ମପୁର ଗାଁର କବନ୍ଦ୍ର ଦାସ ଓ ଫକରପୁର ଗାଁର ରଞ୍ଜନ କୁମାର ଶର୍ମା ବୋଲି ଜଣାପଡିଛି । ସେପଟେ ଖବର ପାଇ ଘଷିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ​​​​​​​