ଖୋର୍ଦ୍ଧା ୧୦।୫: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଲେଖନପୁର ଗାଁରେ ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୁଇଟି ଘର ସହ ଆଖପାଖ ଅଞ୍ଚଳର ବହୁ ପାଳଗଦା ଜଳିପୋଡ଼ି ପାଉଁଶ ହୋଇଯାଇଛି । ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ଗୌରାଙ୍ଗ ଚରଣ ପଟ୍ଟନାୟକ ବୋଲି ଜଣାପଡିଛି । ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ବେଗୁନିଆ ଓ ବାଙ୍କିରୁ ୪ଟି ଦମକଳ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ବେଗୁନିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ବିଜେପିର ୪ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ, ବାଇକ୍ରେ ଆସିଲେ ରାଜ୍ୟ ସଭାପତି