ଭତ୍ତା ଟଙ୍କା ରଖିବାକୁ ନେଇ ବିବାଦ, ବୃଦ୍ଧାଙ୍କ ତଣ୍ଟି ଚିପି ମାରିଦେଲେ

Published By : Prameya-News7 Bureau | April 26, 2025 IST

ନୂଆପଡ଼ା ଭତ୍ତା ଟଙ୍କା ପାଇଁ ବୃଦ୍ଧାଙ୍କ ଜୀବନ ନେଇଗଲା ସମ୍ପର୍କୀୟ । ତଦନ୍ତ ପରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା କୋମନା ପୋଲିସ । ଏନେଇ ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି । ନୂଆପଡା ଜିଲ୍ଲା କୋମନା ଥାନା ଟିକ୍ରାପଡା ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ହୀରାଦେଇ ପହରିଆଙ୍କ ମୃତଦେହ ପାଖ ବଡ଼ବନ୍ଧରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ବୃଦ୍ଧାଙ୍କୁ ତଣ୍ଟି ଚିପି ମାରିବା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ନିଜ ଗାମୁଛା ଓ ସାର୍ଟରେ ମୃତଦେହ ବେକରେ ପଥର ବାନ୍ଧି ପୋଖରୀରେ ଫିଙ୍ଗି ଦେଇଥିଲା । ଘଟଣାର ତଦନ୍ତ କରି ଶେଷରେ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚି ପାରିଥିଲା । ଅଭିଯୁକ୍ତ ଦୁଇ ଜଣଙ୍କ ଭିତରୁ ଜଣେ ଟିକ୍ରାପଡାର ଗଣ୍ଡାରାମ ପହରିଆ ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଭରୁଆମୁଣ୍ଡା ଗ୍ରାମର କରନ ପହରିଆ । 

ବୃଦ୍ଧା ଜଣକ ପାଉଥିବା ୩୫ ଶହ ଭତ୍ତା ଟଙ୍କାକୁ ପ୍ରଥମେ ଗଣ୍ଡାରାମଙ୍କୁ ଦେଉଥିବା ବେଳେ ପରେ ଅନ୍ୟ ଜଣେ ବ୍ୟକ୍ତି ବୁଡୁ ପହରିଆଙ୍କ ପାଖରେ ରଖି ଖର୍ଚ୍ଚ କରୁଥିଲା । ଯାହାକୁ ଗଣ୍ଡାରାମ ବିରୋଧ କରିବା ସହ ପ୍ରତିଶୋଧ ପାରାୟଣ ହୋଇ କରନ ସହ ଯୋଜନା କରି ୧୯ ତାରିଖ ରାତିରେ ବୁଡୁର ଅନୁପସ୍ଥିତିରେ ବୃଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ମାତ୍ର ୩୫ ସହ ଟଙ୍କା ପାଇଁ ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିବା ସହ ତାକୁ ସହଯୋଗ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ନେଇ ନୂଆପଡା ଏସ୍‌ପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।

You Can Read:

ଶ୍ରୀମନ୍ଦିର ପୁଷ୍ପାଳକ ସେବକଙ୍କୁ କଡା ନିର୍ଦ୍ଦେଶ, ଦୀଘା ଜଗନ୍ନାଥ ମନ୍ଦିର କାର୍ଯ୍ୟରେ ଯୋଗଦେଲେ ହେବ କାର୍ଯ୍ୟାନୁଷ୍ଠାନ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.