ଟ୍ରେନ୍ ବ୍ରେକ୍ ସୁ’ରେ ଲାଗିଲା ନିଆଁ, ଜଳି ଉଠିଲା ଜୁନାଗଡ଼ ଏକ୍ସପ୍ରେସ୍

NEWS7
odisha-newspaper-hawkers-benefited

ରାୟଗଡ଼ ୩୦।୧୨: ଜୁନାଗଡ଼ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ । ଟ୍ରେନ୍ ବ୍ରେକ୍ ସୁ’ରେ କୌଣସି କାରଣରୁ ଲାଗିଥିଲା ନିଆଁ । ଆନ୍ଧ୍ରପ୍ରଦେଶର ପେନ୍ଦୁର୍ଟି ଷ୍ଟେସନ ନିକଟରେ ଘଟିଥିଲା ଦୁର୍ଘଟଣା । ବର୍ତ୍ତମାନ ଜୁନାଗଡ଼ ଏକ୍ସପ୍ରେସ୍ ପ୍ରାୟ ୫ ଘଣ୍ଟା ବିଳମ୍ବରେ ଚାଲୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଜୁନାଗଡ଼ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିଲା । ନିର୍ଦ୍ଧାରିତ ସମୟରେ ଜୁନାଗଡ଼ରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଜୁନାଗଡ଼ ଏକ୍ସପ୍ରେସ୍‌ରେ ନିଆଁ ଲାଗିଯାଇଥିଲା । ଟ୍ରେନ୍‌ରେ ବ୍ରେକ୍ ସୁ’ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଆନ୍ଧ୍ରପ୍ରଦେଶର ପେନ୍ଦୁର୍ଟି ଷ୍ଟେସନ୍ ନିକଟରେ ସୋମବାର ପ୍ରାୟ ରାତି ୧୨ଟା ୩୦ ମିନିଟ୍‌ରେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ପରେ କୋ-ପାଇଲଟ୍ ହଠାତ୍ ଟ୍ରେନ୍‌କୁ ଅଟକାଇ ରେଲଓ୍ବେ ବିଭାଗକୁ ଅବଗତ କରାଇଥିଲେ । ଘଟଣାସ୍ଥଳରେ ରେଳବାଇ ବିଭାଗ ବୈଷୟିକ ଟିମ୍ ଓ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଲିଭାଇଥିଲେ ।

ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ତୁରନ୍ତ ଦୁଇଟି ବଗିକୁ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ଜୁନାଗଡ଼ ଏକ୍ସପ୍ରେସ୍ ପ୍ରାୟ ୫ ଘଣ୍ଟା ବିଳମ୍ବରେ ଚାଲୁଥିବା ଜଣାପଡିଛି ।