ଭୁବନେଶ୍ୱର: ଓଡ଼ିଶାର ହୋମଗାର୍ଡଙ୍କ ପାଇଁ ଖୁସିର ଖବର। ବଢିଲା ହୋମଗାର୍ଡ ବା ଗୃହରକ୍ଷୀଙ୍କ ଭତ୍ତା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା (DCA) ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ।

ସୂଚନାଯୋଗ୍ୟ ଯେ, ୨୦୨୫ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୨୩ରୁ ୬୩୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିୟମିତ କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ୨୦୨୬ ଜାନୁଆରୀ ପହିଲାରୁ ବୃଦ୍ଧି କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଗୃହରକ୍ଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

Also Read: ସ୍ୱାସ୍ଥ୍ୟସେବା ସୁଦୃଢ଼ ଦିଗରେ ଆଉ ଏକ ବଡ଼ ପଦକ୍ଷେପ, ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ଟି ନୂତନ ପଦବୀ ମଞ୍ଜୁର