ନଦୀ ଫେରେ ସାଗରକୁ...ଗୀତା ଚାଲିଗଲେ ଆରପାରିକୁ

NEWS7
odisha-cabinet-approves-10-proposals

କଟକ ୧୩/୦୨: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ । ୮୧ଵର୍ଷ ବୟସରେ ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ଗୀତା ପଟ୍ଟନାୟକ । ଅସୁସ୍ଥତା କାରଣରୁ କାଲି ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ।  ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ଗୀତାଙ୍କ ମସ୍ତିସ୍କାଘାତ ହୋଇଥିବା ଜଣାପଡ଼ିଥିଲା । କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ଗୀତା ପଟ୍ଟନାୟକ ଓଡ଼ିଶାର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ । ଯିଏ ନିଜର ସୁମଧୁର କଣ୍ଠସ୍ୱର ପାଇଁ ପରିଚିତ। ସେ ବିଭିନ୍ନ ଓଡ଼ିଆ ଭଜନ, ଜଣାଣ, ଓ ଲୋକଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର କିଛି ଲୋକପ୍ରିୟ ଗୀତ ସମୂହ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ଏବଂ ଆବେଗପୂର୍ଣ୍ଣ। ଶ୍ରୀ ଜଗନ୍ନାଥଙ୍କ ଭଜନ ଏବଂ ଅନ୍ୟାନ୍ୟ ଭଗବାନଙ୍କ ଜଣାଣ। ବିଭିନ୍ନ ପାରମ୍ପରିକ ଓଡ଼ିଆ ଭକ୍ତିଗୀତ ଲୋକଗୀତ ସହ ସମ୍ବଲପୁରୀ ଓ ଆଞ୍ଚଳିକ ଲୋକଗୀତ ଗାଇଛନ୍ତି ।​​​​​​​

​​​​​​​ଡିସେମ୍ବର ୧୦ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଗୀତ । ତାଙ୍କ ବାପାଙ୍କ ନାମ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ମାଆଙ୍କ ନାମ ହେମଲତା ପଟ୍ଟନାୟକ । ଗୀତାଙ୍କ ବାପା ଜଣେ ଏଗ୍ରିକଲଚର ଇଞ୍ଜିନିୟର ଥିଲେ । ତାଙ୍କ ଜେଜେ ବାପା ପ୍ରଥମେ ଓଡ଼ିଶାରେ ଫୁଟବଲ ମ୍ୟାଚ ଆରମ୍ଭ କରିଥିଲେ । କଟକସ୍ଥିତ ସତ୍ୟବ୍ରତ ଷ୍ଟାଡ଼ିୟମ ମଧ୍ୟ ତାଙ୍କ ଜେଜେ ବାପାଙ୍କ ନାମରେ ନାମିତ । ତାଙ୍କ ମାଆ ଏବଂ ମାଉସୀ ମଧ୍ୟ ଗୀତ ଶିଖିଥିଲେ । ଗୀତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା । ତେଣୁ ଗୀତ ପ୍ରତି ତାଙ୍କର ପିଲାଦିନୁ ଆଗ୍ରହ ସୃଷ୍ଟି ହୋଇଥିଲା ।

ଗୀତା ପ୍ରଥମେ ରେଡ଼ିଓରୁ ଲତାମଙ୍ଗେସକରଙ୍କ ଗୀତ ଶୁଣି ନିଜେ ନିଜେ ଗାୟିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଗୀତ ଶିଖୁଥିଲେ । ଦିନେ ସେ ତା ସାଙ୍ଗରେ ଯାଇ ଗୁରୁଙ୍କ ନିକଟରେ ଗୀତ ଗାଇଲେ । ତାଙ୍କୁ ଗୁରୁ କହିଲେ ତୁ ଭଲ ଗାଉଛୁ ଅଭ୍ୟାସ କଲେ ନିଶ୍ଚିତ ଭଲ ହେବ । ସେବେଠାରୁ ଗୀତାଙ୍କର ବଢ଼ିଯାଇଥିଲା ସଙ୍ଗୀତ ଆଗ୍ରହ । ଆଉ ତାପରେ ତାଙ୍କର ପାଦ ଅଟକି ନଥିଲା । ସେ ୧୯୭୫ କଟକ କଳା ବିକାଶ କେନ୍ଦ୍ରରେ ଆଡ଼ମିଟ ହୋଇଥିଲେ ।

ତାଙ୍କର ପ୍ରଥମ ଗୁରୁ ଥିଲେ ରଘୁନନ୍ଦ ତା ପରେ ରାଖାଲ ଚନ୍ଦ୍ର ମହାନ୍ତି ଓ ବାଳକୃଷ୍ଣ ଦାସଙ୍କଠାରୁ ଗୀତ ଶିଖିଥିଲେ । କଳା ବିକାଶ କେନ୍ଦ୍ରରେ ଛଅବର୍ଷ ଗୀତ ଶିଖିଥିଲେ । ଆଉ ସେଠାରୁ ସଙ୍ଗୀତ ଭୂଷଣ ପାଶ୍ କରିଥିଲେ । ତାପରେ ଶିଶୁ ସଂସାର ଓ କିଶୋର ଚକ୍ରରେ ନିୟମିତ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ୧୯୭୧ ମସିହାରେ ଆକାଶବାଣୀର ଜଣେ ସ୍ୱିକୃତୀ ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ । ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ ।

ତା ପରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଗୀତ ଗାଇଥିଲେ ବଜେନ ବଜାଏ ବେଣୁ । ତା ପରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ବହୁତ ଗୀତ ଗାଇଥିଲେ । ସେ ମାତ୍ର ପନ୍ଦର ବର୍ଷ ବୟଷରେ 'ଅଦିନ ମେଘ' ଚଳଚ୍ଚିତ୍ରରେ ପ୍ରଥମ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଥିଲେ । ସେ ମଧ୍ୟ ଦିଲ୍ଲୀ ପିସିସି ଆକାଶବାଣୀରେ କଣ୍ଠଦାନ କରିଛନ୍ତି ।

ସେ କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ ,ଗୁଜରାଟି, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଶାରେ ନୁହେଁ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ତାଙ୍କ ସଙ୍ଗୀତ ଜୀବନରେ ତାଙ୍କ ବଡ଼ ଭଉଣୀ ଇନ୍ଦିରା ପଟ୍ଟନାୟକଙ୍କୁ ତାଙ୍କର ପ୍ରେରଣା ବୋଲି କୁହନ୍ତି