ନୂଆଦିଲ୍ଲୀ: ମଙ୍ଗଳବାର ଲଞ୍ଚ ହୋଇଛି ଟାଟାର ଶସ୍ତା ସୁନ୍ଦର ମଜଭୁତ ଏସୟୁଭି ଟାଟା ସିଏରା। ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧୧.୪୦ ଲକ୍ଷ ଟଙ୍କା ରହିଥିବା ବେଳେ ୫ଟି ଡୋର ସହିତ ୩ ସ୍କ୍ରିନ ଡାସବୋର୍ଡ ରହିଛି। ଏହାର ବୁକିଂ ଡିସେମ୍ବର ୧୬ ତାରିଖ ଠାରୁ ଆରମ୍ଭ ହେଉଥିବା ବେଳେ ୨୦୨୬ ଜାନୁଆରୀ ୧୫ ତାରିଖରୁ ଡେଲିଭରି ହେବ। ଟାଟା ସିଏରା ଏସୟୁଭିରେ ଅନେକ ସେଗମେଣ୍ଟ-ଫାଷ୍ଟ ଫିଚର୍ସ ରହିଛି। ଯାହା ଏସୟୁଭି ମାର୍କେଟ୍‌ରେ ଗୋଟେ କମ୍ପିଟିସନ ଆରମ୍ଭ କରିପାରେ। ଏଥିସହିତ ଆଧୁନିକ ଡିଜାଇନ୍, ଉନ୍ନତ ଟେକ୍ନୋଲୋଜୀ ଏବଂ ଆରାମଦାୟକ ଯାତ୍ରା ଗ୍ରାହକଙ୍କୁ ଆକୃଷ୍ଟ କରିପାରେ।

ଏଥିରେ ଥିବା କିଛି ଖାସ୍ ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା।

୩ ସ୍କ୍ରିନ ଡାସବୋର୍ଡ-

ଟାଟା ସିଏରା ଭିତରେ ଥିବା ଏକ ଆକର୍ଷଣୀୟ ହାଇଲାଇଟ୍ ହେଉଛି ଏହାର ଥିଏଟରପ୍ରୋ ଟ୍ରିପଲ୍-ସ୍କ୍ରିନ୍ ଡ୍ୟାସବୋର୍ଡ ଲେଆଉଟ୍। ଅନ୍ୟଗାଡ଼ିମାନେ ସାଧାରଣତଃ ଇନଫୋଟେନମେଣ୍ଟ ଏବଂ ଇନଷ୍ଟ୍ରୁମେଣ୍ଟ ଫଙ୍ଗସନକୁ ମିଶାଇ ଡୁଆଲ୍ ଡିସପ୍ଲେ ଦେଇଥାନ୍ତି, ହେଲେ ସିଏରା ଏଥିରେ ଆଉ ପାଦେ ଆଗକୁ ଯାଇ ୩ ସ୍କ୍ରିନ୍ ଦେଇଛି। ଏହି ସ୍କ୍ରିନ ସେଟଅପ୍ରେ ଗୋଟିଏ ୧୨.୩-ଇଞ୍ଚ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଅନ୍ୟଟି ୧୨.୩-ଇଞ୍ଚ ସେଣ୍ଟ୍ରାଲ ଇନଫୋଟେନମେଣ୍ଟ ଏବଂ ନାଭିଗେସନ୍ ଟଚସ୍କ୍ରିନ୍ ଏବଂ ତୃତୀୟଟି କୋ-ଡ୍ରାଇଭର ସିଟ୍ ଆଗରେ ୧୨.୩-ଇଞ୍ଚ ଡିସପ୍ଲେ ରହିଛି।

ସାଉଁଣ୍ଡ ସିଷ୍ଟମ

ଟାଟା ସିଏରାରେ ୧୨-ସ୍ପିକର ଜେବିଏଲ ବ୍ଲାକ୍ ଅଡିଓ ସିଷ୍ଟମ୍ ରହିଛି, ଯାହାକୁ ଡଲବି ଆଟମୋସ୍ ସ୍ପେଶାଲ୍ ସାଉଣ୍ଡ ଠାରୁ ଉନ୍ନତମାନ କରାଯାଇଛି। ଏହାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସୋନିକସିଫ୍ଟ ସାଉଣ୍ଡବାର୍, ଯାହାକୁ କ୍ଲାଇମେଟ କଣ୍ଟ୍ରୋଲ ଉପର ଡ୍ୟାସବୋର୍ଡରେ ଲଗାଯାଇଛି। ଏଥିରେ ଯାତ୍ରୀଙ୍କୁ ପ୍ରିମିୟମ୍ ହୋମ୍-ଥିଏଟର ସେଟଅପ୍ ଭଳି ଅନୁଭବ ହେବ।

ଲାର୍ଡ ପାନୋରାମିକ ସନପ୍ରୁଫ୍

ଟାଟା ସିଏରାରେ ଏହି ସେଗମେଣ୍ଟର ସବୁଠାରୁ ବଡ଼ ପାନୋରାମିକ୍ ସନରୁଫ୍ (୧୫୨୫ ମିମି X ୯୨୫ ମିମି), ଯାହାକୁ ପାନୋରାମାକ୍ସ ବୋଲି କୁହାଯାଉଛି। ଏହା ଦ୍ୱିତୀୟ ରୋରୁ ଆଗକୁ ବିସ୍ତାରିତ ହୋଇ ରହିଛି। ଆଗ ସିଟ୍ ଠାରୁ C ପିଲର୍ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ଫଳରେ କ୍ୟାବିନରେ ନ୍ୟାଚୁରାଲ ଲାଇଟ ପ୍ରବେଶ କରିବା ସହିତ ଯାତ୍ରୀ ଉକ୍ତ ଜାଗାରେ ସୈନ୍ଦର୍ଯ୍ୟ ଅନୁଭବ କରିପାରିବେ।

ARହେଡ୍ସ ଅପ୍ ଡିସପ୍ଲେ

ଟାଟା ସିଏରା ଭାରତର ପ୍ରଥମ ସ୍ୱଦେଶୀ ICE ଭେଇକଲ ଯେଉଁଥିରେ ଏଆର୍ ହେଡ୍ସ ଅପ୍ ଡିସପ୍ଲେ ରହିଛି। ଏହି ଉନ୍ନତ ସିଷ୍ଟମ ୱିଣ୍ଡସିଲ୍ଡରେ ସିଧାସଳଖ ଜରୁରୀ ଡ୍ରାଇଭିଂ ସୂଚନା ପ୍ରଦାନ କରେ ଏବଂ ଅଗମେଣ୍ଟଡ୍ ଡିଇରେକ୍ସନ ଏରୋ ସହ ରିୟଲ ଟାଇମ୍ ଗାଇଡାନ୍ସ ପ୍ରଦାନ କରେ। ଏହି ସେଟଅପ୍ ଚାରୋଟି ସ୍ୱତନ୍ତ୍ର ମୋଡ୍ - ଷ୍ଟାଣ୍ଡାର୍ଡ, ଇମର୍ସିଭ୍, ପର୍ସନାଲ୍ ଏବଂ ସ୍ନୋ ସହିତ ୧୯ଟି ସ୍ମାର୍ଟ ଭିଜୁଆଲ୍ ଦେଇଥାଏ।

୭୫ ଫିଚର୍ସ ଥିବା କନେକ୍ଟେଡ୍ କାର ଆପ୍

ଟାଟା ସିଏରାରେ ଆଇଆର୍ଏ ନାମକ ଏକ କନେକ୍ଟେଡ୍ କାର୍ ଆପ ରହିଛି। ୟାହା ୭୫ଟି ଇଣ୍ଟେଲିଜେଣ୍ଟ ଫିଚର୍ସ ରହିଛି। ଯାତ୍ରାକୁ ସହଜ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଆପ୍ ସ୍ମାର୍ଟ ଆଲର୍ଟ, ପ୍ରୋଆକ୍ଟିଭ୍ କେୟାର ଏବଂ ଡ୍ରାଇଭରଙ୍କ ଆବଶ୍ୟକତାକୁ ପୂର୍ବାନୁମାନ କରୁଥିବା ଫିଚର୍ସ ଦେଇଥାଏ। ସୁରକ୍ଷା ଦିଗରେ ମଧ୍ୟ ଏଥିରେ ଅନେକ ଫିଚର୍ସ ରହିଛି।

R19 ଆଲଏ

ଟାଟା ସିଏରା ସେଲ୍ଟୋସ୍, କ୍ରେଟା ଏବଂ ଗ୍ରାଣ୍ଡ ଭିଟାରା ପରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସେଗମେଣ୍ଟ-ଫାଷ୍ଟ 19-ଇଞ୍ଚ ଆଲଏ ହ୍ୱିଲ୍ ଦେଇଛି। ସ୍ଥିରତା ଏବଂ ପ୍ରେଜେନ୍ସ ବୃଦ୍ଧି କରିବା ସହିତ, ସସପେନସନ୍ ଟ୍ୟୁନିଂ ରହିଛି ଯାହା ଖରାପ ରାସ୍ତାରେ ବି ଆରାମ ଯାତ୍ରାର ଅନୁଭବ ଦେବ।

ଏହାର ମୁଖ୍ୟ ବୈଶିଷ୍ଟ୍ୟ ବ୍ୟତୀତ, ଟାଟା ସିଏରା ଦୁଇଟି ନୂଆ ଇଞ୍ଜିନ ବ୍ୟବସ୍ଥା ରହିଛି। ଗୋଟିଏ ୧.୫-ଲିଟର ହାଇପରିଅନ୍ ଟର୍ବୋ GDi ଇଞ୍ଜିନ ଯାହା ୧୬୦ PS ଏବଂ ୨୫୫ Nm ଉତ୍ପାଦନ କରେ, ଏବଂ ଆଉ ଏକ ୧.୫-ଲିଟରର ରେଭୋଟ୍ରନ୍ ନ୍ୟାଚୁରାଲି ଆସପିରେଟେଡ୍ ଗ୍ୟାସୋଲିନ ୟୁନିଟ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସିଏରା ହେଉଛି ଟାଟାର ସମ୍ପୂର୍ଣ୍ଣ ନୂଆ A.R.G.O.S. ଆର୍କିଟେକ୍ଚର - ଅଲ୍-ଟେରେନ୍ ରେଡି, ଓମ୍ନି-ଏନର୍ଜି ଏବଂ ଜ୍ୟାମୋଟ୍ରି ସ୍କେଲେବଲ୍ ଉପରେ ନିର୍ମିତ ପ୍ରଥମ ଏସୟୁଭି, ଯାହା ବହୁମୁଖୀ ସୁବିଧା ସହ ଏବଂ ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ ଡିଜାଇନ୍ କରାଯାଇଛି।