LIVE TV

ଏବେ ଫ୍ଲିପ୍‌କାର୍ଟରେ କମ୍ ମୂଲ୍ୟରେ ମିଳିବ ରୟାଲଏନଫିଲ୍ଡ ବାଇକ୍: ସେପ୍ଟେମ୍ବର ୨୨ରୁ ବିକ୍ରି ଆରମ୍ଭ

NEWS7
 royal enfield bikes sell on flipkart

ନୂଆଦିଲ୍ଲୀ: ଏମିତିରେ ଭାରତୀୟ ବଜାରରେ ରୟାଲଏନ୍‌ଫିଲ୍ଡ ବାଇକ କମାଲ କରୁଛି। ଏବେ କମ୍ପାନୀ ଆହୁରି ଏହା ପରିସରକୁ ବଢ଼ାଇବାକୁ ଚାହୁଁଛି। ତେଣୁ ବ୍ୟବସାୟ ପାଇଁ ଇ-କମର୍ସର ସାହାରା ନେବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ପ୍ରଥମ ଥର ପାଇଁ, ୟାଲ ଏନ୍‌ଫିଲ୍ଡ Flipkart ରେ ଏହାର  ବାଇକ ବିକ୍ରି କରିବ। ୨୨ ସେପ୍ଟେମ୍ବର ୨୦୨୫ ଠାରୁ ଗ୍ରାହକମାନେ ଅନ୍‌ଲାଇନରେ  କମ୍ପାନୀର ୩୫୦ସିସି ରେଞ୍ଜର ମୋଟରସାଇକେଲ୍ କିଣିପାରିବେ। କେବଳ ବେଙ୍ଗାଲୁରୁ, ଗୁରୁଗ୍ରାମ, କୋଲକାତା, ଲକ୍ଷ୍ନୌ ଏବଂ ମୁମ୍ବାଇ ଗ୍ରାହକଙ୍କ ପାଇଁ କମ୍ପାନୀ ଏହି ସୁବିଧା ଆଣିଛି।

ବୁଲେଟ୍ ୩୫୦, କ୍ଲାସିକ୍ ୩୫୦, ହଣ୍ଟର ୩୫୦, ଗୋଆନ୍ କ୍ଲାସିକ୍ ୩୫୦ ଏବଂ ମେଟିଓର୍ ୩୫୦ ମୋଟରସାଇକେଲଗୁଡ଼ିକ ଅନ୍‌ଲାଇନରେ ଉପଲବ୍ଧ ହେବ। ଡେଲିଭର ଏବଂ ବିକ୍ରୟ ପରବର୍ତ୍ତୀ ସେବା ରୟାଲ୍ ଏନଫିଲ୍ଡର ଅଧିକୃତ ଡିଲର୍ମାନଙ୍କ ପାଖରେ ରହିବ ବୋଲି କମ୍ପାନୀ କହିଛି। ତେବେ ଫ୍ଲିପକାର୍ଟ ମାଧ୍ୟମରେ କିଣୁଥିବା ଗ୍ରାହକମାନେ ମଧ୍ୟ ସେପ୍ଟେମ୍ବର ୨୨ ରୁ ଜିଏସ୍‌ଟ ହ୍ରାସର ଲାଭ ପାଇବେ।

ଟିକସ ସଂଶୋଧନ ପରେ କମ୍ପାନୀ ଏହାର ସର୍ବାଧିକ ବିକ୍ରି ହେଉଥିବା ୩୫୦ସିସି ଲାଇନଅପ୍ରେ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିଛି। ତେଣୁ ଗ୍ରାହକ ଏହାର ଫାଇଦା ନେଇପାରିବେ ବୋଲି ଆଇଚର ମୋଟର ଲିମିଟିଡେ ମ୍ୟାନେଜିଂ ଡାଇରେକ୍ଟର ବି. ଗୋବିନ୍ଦରାଜନ କହିଛନ୍ତି।