LIVE TV

ମୋହାଲୀ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ମୋଇ ନିର୍ଦ୍ଦୋଷରେ ମୁକ୍ତ

NEWS7
gfx

ମୋହାଲୀ ୪।୧୦:  ଆର୍ମସ ଆକ୍ଟର ଏକ ମାମଲାରେ ମୋହାଲୀ କୋର୍ଟ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାର ୩ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ଏହି ମାମଲାରେ କୋର୍ଟ ଅନ୍ୟ ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାକୁ ୩ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ସୋହାନା ପୋଲିସରେ ୨୦୨୨ରେ ରୁଜୁ ମାମଲା ଅନୁସାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଅସୀମ ଓରଫ ହସମ ବାବା, ଦୀପକ, ବିକ୍ରମ ସିଂହ ଓରଫ ବିକ୍କି ଓ ସୋନୁ ଗିରଫ ହୋଇଥିଲେ।

ତେବେ କୋର୍ଟ ଲରେନ୍ସ ସମେତ ଅସୀମ, ଦୀପକ ଓ ବିକ୍କିକୁ ସବୁ ଅଭିଯୋଗରୁ ମୁକ୍ତ କରିଦେଇଛନ୍ତି। କାରଣ ପୋଲିସ ୪ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ପ୍ରମାଣ ଉପସ୍ଥାପନ କରି ପାରିନାହିଁ। ତେବେ ମିରଟର ସୋନୁ କୁ ଜଜ୍ ୩ ବର୍ଷ ଜେଲ ଓ ୫୦୦ ଟଙ୍କା ଜରିମନା ନିର୍ଦ୍ଦେଶ  ଦେଇଛନ୍ତି। ଏଥିରେ ଯଦି ସେ ଜରିମନା ପୈଠ ନକରେ ତେବେ ତା ଦଣ୍ଡ ଆଉ ମାସେ ବଢାଇ ଦିଆଯିବ ବୋଲି କୋର୍ଟ କହିଛନ୍ତି।

କୋର୍ଟରେ ଉପସ୍ଥିତ ଅଭିଯୁକ୍ତଙ୍କ ଓକିଲ କରଣ ସୌଫତ ତର୍କ ରଖିଥିଲେ ଯେ ବିଷ୍ଣୋଇ ଅନ୍ୟଙ୍କ ବିରୋଧରେ ମାମଲା ଏଥି ପାଇଁ ବନ୍ଦ କରିଦିଆଗଲା କାରଣ ତଦନ୍ତ ଅଧିକାରୀ ତାଙ୍କ ସାକ୍ଷ ପୁରା କରିନଥିଲେ। ଏଥିରେ କୋର୍ଟ ଆଂଶିକ ବୟାନକୁ ବୈଧ ସାକ୍ଷ ମନେ କରାଯାଇ ପାରିବନି ବୋଲି କହିଛନ୍ତି। ତେବେ ସରକାରୀ ସାକ୍ଷୀ ସବ ଇନିସପେକ୍ଟର ଦୀପକ ସିଂହଙ୍କ ବୟାନ ଉପରେ କୋର୍ଟ ଭରସା କରିଥିଲେ। ଦୀପକ କହିଥିଲେ ଯେ ଅଭିଯୁକ୍ତ ସୋନୁ ନିକଟରୁ ବନ୍ଧୁକ ଓ କାଟ୍ରିଜ ଜବତ ହୋଇଥିଲା। ଏହି ସାକ୍ଷ ସୋନୁର ଅପରାଧ ପ୍ରମାଣିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏଣୁ ସୋନୁକୁ ଜେଲଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ମୁକୁଳି ଯାଇଛନ୍ତି।