News7 Logo

ଭୂକମ୍ପ ଜୋନ୍‌ରେ ଆମେରିକାର ଏହି ଅଜ୍ଞାତ ଅଞ୍ଚଳ , ହଜାର ହଜାର ଲୋକଙ୍କ ଚାଲିଯିବ ଜୀବନ ; ସତର୍କ କଲେ ବୈଜ୍ଞାନିକ

NEWS7
-

ନୂଆଦିଲ୍ଲୀ -ନ୍ୟୁ ମାଡ୍ରିଡ୍ ସେସ୍ମିକ ଜୋନ୍‌ (NMSZ) ହେଉଛି ମଧ୍ୟପଶ୍ଚିମ ଯୁକ୍ତରାଷ୍ଟ୍ରର ଏକ ଅଜ୍ଞାତ ଭୂକମ୍ପ ହଟସ୍ପଟ, ଯାହା ପ୍ରତିବର୍ଷ ଶହ ଶହ ଛୋଟ ଭୂକମ୍ପର ସମ୍ମୁଖୀନ ହୋଇଥାଏ। ଉକ୍ତ ଅଞ୍ଚଳ ଉତ୍ତର-ପୂର୍ବ ଆର୍କାନ୍ସାସ, ଦକ୍ଷିଣ-ପୂର୍ବ ମିସୌରୀ, ପଶ୍ଚିମ ଟେନେସି, ପଶ୍ଚିମ କେଣ୍ଟୁକି ଏବଂ ଦକ୍ଷିଣ ଇଲିନୋଇସକୁ ବ୍ୟାପି ରହିଛି।

ମେଲ୍ ଅନଲାଇନର ରିପୋର୍ଟ ଅନୁସାରେ , ଏହି ଅଞ୍ଚଳ ଏକ ବଡ଼ ଭୂକମ୍ପର ସମ୍ମୁଖୀନ ହେବ, ହଜାର ହଜାର ଲୋକଙ୍କ ଜୀବନ ନେବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି ଏବଂ ୪୩  ବିଲିୟନ ଡଲାର ମୂଲ୍ୟର କ୍ଷତି କରିବ। ଆମେରିକାର ଜିଓଲୋଜିକାଲ୍ ସୋସାଇଟି ଦ୍ୱାରା ଚଳିତ ବର୍ଷ ପ୍ରକାଶିତ ଏହି ଅଞ୍ଚଳ ଉପରେ ଏକ ରିପୋର୍ଟରେ ସତର୍କ କରାଯାଇଛି ଯେ, ଯଦି ଏହି ଅଞ୍ଚଳରେ ୭.୬ ତୀବ୍ରତାର ଭୂକମ୍ପ  ଝଟକା ପାଏ, ତେବେ ୪୩ ବିଲିୟନ ଡଲାର କ୍ଷତି ହୋଇ ପାରେ।

Most of California's Big Earthquakes Are Preceded by Ghostly 'Foreshocks'  Weeks in Advance | Live Science

ଅନ୍ୟ ଏକ ଅଧ୍ୟୟନର ଆକଳନ ଅନୁଯାୟୀ – ୮୦ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇପାରେ। ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି ଯେ, NMSZ  ପ୍ରତି ୨୦୦ ରୁ ୮୦୦ ବର୍ଷରେ ଏକ ବଡ଼ ଭୂକମ୍ପର ସମ୍ମୁଖୀନ ହୁଏ। ଶେଷ ଥର ପାଇଁ ଏହା ଡିସେମ୍ବର ୧୮୧୧  ରୁ ଫେବୃଆରୀ ୧୮୧୨ ମଧ୍ୟରେ ଘଟିଥିଲା। ରେକର୍ଡ ଦର୍ଶାଉଛି ଯେ, ଏହି ଅଞ୍ଚଳରେ ୭.୦ ତୀବ୍ରତାରୁ ଅଧିକ ତିନୋଟି ଭୂମିକମ୍ପ ଆସି ଥିଲା। ତେଣୁ ଶେଷ ବିଧ୍ୱଂସକାରୀ ଭୂକମ୍ପକୁ ୨୧୪ ବର୍ଷ ବିତି ଗଲାଣି, ଏବଂ ଏହା ମଧ୍ୟପଶ୍ଚିମ ପାଇଁ ବିପଦକୁ ବୃଦ୍ଧି କରୁଛି, ଯାହା ଖୁବ୍ ଶୀଘ୍ର ଆଉ ଏକ ବଡ଼ ଭୂକମ୍ପର ସମ୍ମୁଖୀନ ହୋଇ ପାରେ।

ଯଦିଓ ବହୁତ ଲୋକ NMSZ ରେ ଏକ ବଡ଼ ଭୂକମ୍ପର ବିପଦ ବିଷୟରେ  ଆଲୋଚନା କରନ୍ତି ନାହିଁ, ହେଲେ ଯେକୌଣସି ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଦକ୍ଷିଣ କାଲିଫର୍ନିଆ ଓ ଉପସାଗରୀୟ କ୍ଷେତ୍ର ହେଉଛି ଦୁଇଟି  ଏମିତି ଅଞ୍ଚଳ ଯେଉଁଠି କୌଣସି  ଏକ ବଡ଼ ଭୂକମ୍ପର ବିପଦ ଘେରି ରହିଛି। ବିଶେଷଜ୍ଞମାନେ ଅନେକ ବର୍ଷକୁ ଏ ବିଷୟରେ ସତର୍କ କରାଉଛନ୍ତି , କିନ୍ତୁ NMSZ ଏବେସୁଦ୍ଧା ରାଡାର ଠାରୁ ବାହାରେ ରହିଛି,ଯାହାକି ଏଠାରେ ୬.୦ କିମ୍ୱା ଏହା ଠାରୁ ଅଧିକ ତୀବ୍ରତାର ଭୂକମ୍ପ ଆସିବାର ବିପଦ ରହିଛି।