ମୁଁ ବଞ୍ଚିଥିବା ଯାଏ, ଏସସି ଏବଂ ଏସଟିଙ୍କ ସଂରକ୍ଷଣରେ ମୁସଲିମଙ୍କୁ ସୁଯୋଗ ଦେବିନି: ପିଏମ୍

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ: ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ଅଧିକାରକୁ ମାରି ମୁସଲିମଙ୍କୁ ସଂରକ୍ଷଣ ଦେବାକୁ ଅନୁମତି ଦେବି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତେଲଙ୍ଗାନାର ଜହୀରାବାଦରେ ଏକ ସର୍ବାଜାନୀନ ରାଲିକୁ ସମ୍ୱୋଧିତ କରି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସେମାନେ (କଂଗ୍ରେସ) ନିଜ ଭୋଟ ବ୍ୟାଙ୍କ ପାଇଁ ସମ୍ୱିଧାନର ଅପମାନ କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଁ ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ମୁଁ ବଞ୍ଚିଥିବା ଯାଏ, ମୁଁ ସେମାନଙ୍କୁ ଧର୍ମ ନାଁରେ ମୁସଲିମଙ୍କୁ ଦଳିତ, ଏସସି, ଏସଟି ଏବଂ ଓବିସିଙ୍କୁ ମିଳୁଥିବା ସଂରକ୍ଷଣରେ ସୁଯୋଗ ନେବାକୁ ଦେବି ନାହିଁ।’

ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ନିଜର ତୃତୀୟ କାର୍ଯ୍ୟକାଳକୁ ନେଇ ଦମ୍ଭୋକ୍ତି ରଖିଛନ୍ତି । ସେ କହିଛନ୍ତି ତାଙ୍କର ତୃତୀୟ କାର୍ଯ୍ୟକାଳରେ ସମ୍ୱିଧାନର ୭୫ ବର୍ଷକୁ ବଡ଼ ଆକାରରେ ପାଳନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ନେତୃତ୍ୱଧୀନ ସରକାରଙ୍କ ଉପରେ ମୁସଲମାନଙ୍କୁ ଧର୍ମ ଆଧାରରେ ସଂରକ୍ଷଣ ଦେବା ଏବଂ ପଛୁଆ ବର୍ଗଙ୍କ ସଂରକ୍ଷଣକୁ କମ କରିଥିବା ଅଭିଯୋଗ ଲଗାଇ ସାରିଛନ୍ତି । ମୁସଲିମ୍ ସମୁଦାୟଙ୍କୁ ରାଜ୍ୟ ଓବିସି ସୂଚୀରେ ସାମିଲ କରିବା ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି କଥା ମଧ୍ୟ ଉଲ୍ଲେଖ କରିଥିଲେ ।

ତେଲଙ୍ଗାନା ଜନସଭାରେ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି, 'ଯଦି କଂଗ୍ରେସ (କେନ୍ଦ୍ର) କ୍ଷମତାକୁ ଆସେ ତେବେ ଉତ୍ତରାଧିକାରୀ ଟିକସ ଲଗାଇବ । ମାଆ-ବାପାଙ୍କ ମୃତ୍ୟୁ ପରେ ସନ୍ତାନଙ୍କୁ ମିଳିବାକୁ ଥିବା ଅଧାରରୁ ଅଧିକ ୫୫ ପ୍ରତିଶତ ସମ୍ପତ୍ତି ନେଇଯିବ । ପିଏମ୍ ମୋଦୀ କହିଛନ୍ତି ଯେଉଁଠି ବି କଂଗ୍ରେସ ଶାସନରେ ଅଛି ତାର ପାଞ୍ଚ ରାଜନୀତିକ ସିଦ୍ଧାନ୍ତ ଅଛି-ମିଛ ପ୍ରତିଶ୍ରୁତି, ଭୋଟ ବ୍ୟାଙ୍କର ରାଜନୀତି, ମାଫିଆଙ୍କୁ ସମର୍ଥନ କରିବା, ପରିବାରବାଦ ରାଜନୀତି ଏବଂ ଦୁର୍ନୀତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.