ଦରମା ବୃଦ୍ଧି ହୋଇଛି, ପୁଣି ଆନ୍ଦୋଳନ ଠିକ୍ ନୁହେଁ କହିଲେ ମନ୍ତ୍ରୀ, ସେପଟେ ଧାରଣାସ୍ଥଳରୁ ହଟିବେନି ବୋଲି କହିଛି ସଂଘ

NEWS7
jsw-cement-will-set-up-production-facility-in-rajasthan

ଭୁବନେଶ୍ବର ୯।୧୨: ପାଚିକାଙ୍କ ଦରମା ବୃଦ୍ଧି ହୋଇଛି,ପୁଣି ଆନ୍ଦୋଳନ ଠିକ୍ ନୁହେଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କିଛି ଦିନ କାମ କରନ୍ତୁ,ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ପାଚିକାଙ୍କ ଦରମାଥିଲା ୨ ହଜାର ଟଙ୍କା । ବିଜେପି ସରକାର ହଜାରେ ବୃଦ୍ଧି କରି ୩ ହଜାର କଲା । ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଦରମା ତ ବୃଦ୍ଧି ହେଲାପୁଣି ଆନ୍ଦୋଳନ ଠିକ୍ ନୁହେଁ । କିଛି ଦିନ କାମ କରନ୍ତୁ,ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ କିନ୍ତୁ ୭ ଦଫା ଦାବି ନେଇ ଦୁଇ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଛି ରାଜ୍ୟ ପାଚକ ପାଚିକା ମହାସଂଘ । ତେବେ ଦରମା ବୃଦ୍ଧି ଦାବି ପୂରଣ ନ ହେବା ଯାଏ ଧାରଣାସ୍ଥଳରୁ ହଟିବେ ନାହିଁ ବୋଲି ସଂଘ କହିଛି ।