ନୂଆଦିଲ୍ଲୀ : ହିଂସା, ଜଳାପୋଡ଼ା ପରେ ଏବେ ଅସ୍ଥିର ଶାସନଜେନ-ଜି ନିଆଁରେ ଛାରଖାର୍ ନେପାଳରେ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ । ପ୍ରତିଦିନ ନେପାଳ ରାଜନୀତି ନେଉଛି ନୂଆ ମୋଡ଼ । ସଂସଦରୁ ନେଇ ସୁପ୍ରିମକୋର୍ଟ ଦେଶର ପ୍ରମୁଖ କୋଠାରେ ନିଆଁର ଚିହ୍ନନୂଆ ସରକାର ବି ଆଭିମୁଖ୍ୟ କଣ ରହିବ ତାହା ଉପରେ ସଭିଙ୍କ ନଜର ।  ଏହାକୁ ରାଜନୀତି କହୁଛନ୍ତି ତ ଆଉ କିଏ ଧାର୍ମିକ ଦିଗ ଦେଇଛନ୍ତି। ସୋସିଆଲମିଡିଆରେ କିଛି ନେପାଳୀ ଲୋକ ଦାବି କରୁଛନ୍ତି ଯେ, ସେମାନଙ୍କ ଦେବୀ ପୂର୍ବରୁ ହିଁ ଅନିଷ୍ଟର ସଙ୍କେତ ଦେଇଥିଲେ ନେପାଳର କିଛି ୟୁଜର୍ସ ଇନ୍ଦ୍ର ଯାତ୍ରାର ଭିଡିଓ ସେୟାର୍ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ଦାବି କରାଯାଉଛି ଯେ ଏହି ଧାର୍ମିକ ଯାତ୍ରାର ମୁଖ୍ୟ ଆକର୍ଷଣ କୁମାରୀ ଦେବୀ ଯାତ୍ରାବେଳେ ଭାବବିହ୍ୱଳ ପରି ଦେଖାଯାଉଥିଲେ । ଯାହାକୁ ଅନିଷ୍ଟ ପୂର୍ବର ସଙ୍କେତ ବୋଲି କୁହାଯାଉଛି । ଏମିତି କି ନେପାଳରେ ଏହି ଦେବୀଙ୍କୁ କୁହାଯାଏ ‘କୁମାରୀ ମାଜୁ ଦେବୀ’ ଏହି ଜୀବନ୍ତ ଦେବୀଙ୍କର ବିଭିନ୍ନ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେବୀ ରୂପରେ ଜଣେ କୁନିଝିଅ କାନ୍ଦୁଥିବାର ନଜର ଆସୁଛନ୍ତିଲୋକ ତାଙ୍କର ଏଭଳି ଅବସ୍ଥାକୁ ନେପାଳର ବିନାଶ ସହିତ ତୁଳନା କରିଛନ୍ତି ।

ଏକ ରିପୋର୍ଟ ଅନୁସାରେ  ୨୦୧୫ରେ ନେପାଳରେ ଏକ ଭୟଙ୍କର ଭୂମିକମ୍ପ ଆସିଥିଲା.୮ ତୀବ୍ରତାର ଏହି ଭୂକମ୍ପରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲାଏମିତି କି ୧୦ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ସେହି ସମୟରେ କୁମାରୀ ଦେବୀ କ୍ରୋଧିତ ହୋଇଥିବାର କଥା କୁହାଯାଇଥିଲା ।  ସେଥିପାଇଁ ଅନେକ ଲୋକ ଦାବି କରିଥିଲେ ଯେ ଦେବୀଙ୍କ କୋପରୁ ହିଁ ଭୂକମ୍ପ ଆସିଛି । କିନ୍ତୁ ବଡ଼ କଥା ହେଉଛି ନେପାଳୀ ଟାଇମ୍ସ ଗଣମାଧ୍ୟମ ଅନୁସାରେ ଏହି ଭୂକମ୍ପରେ କୁମାରୀ ଦେବୀଙ୍କ ଘରକୁ କୌଣସି କ୍ଷତି ହୋଇନଥିଲା । ତାଙ୍କ ପରିବାର ମଧ୍ୟ ସେଠାରେ ରହିଥିଲେ କାରଣ ସେମାନଙ୍କ ବିଶ୍ୱାସ ଥିଲା ଯେ ଦେବୀ ସେମାନଙ୍କୁ ରକ୍ଷା କରିବେ ତେବେ କିଏ ଏହି କୁମାରୀ ଦେବୀ ଏବଂ ନେପାଳର ପରିସ୍ଥିତିକୁ ନେଇ ତାଙ୍କୁ କାହିଁକି ଯୋଡ଼ା ଯାଉଛି

ନେପାଳର ସଂସ୍କୃତି ଅନୁସାରେ ଶହ ଶହ ବର୍ଷ ଧରି କୁମାରୀ ଦେବୀ ବାଛିବାର ପରମ୍ପରା ରହିଛିଯେପରି ତିବ୍ଦତର ଲୋକେ ନିଜର ଦଲାଇଲାମାଙ୍କୁ ବାଛନ୍ତି, ସେହିପରି ନେପାଳରେ ବଛାଯାଏ କୁମାରୀ ଦେବୀଙ୍କୁ ଯେଉଁ କୁମାରୀ ଝିଅ ଉପରେ ଦୈବୀ ଗୁଣ ଦେଖାଯାଏ ଏବଂ ଯିଏ ଦେବୀ ହେବାର ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତାଙ୍କୁ କୁମାରୀ ଦେବୀ ଭାବରେ ବଛାଯାଏ । ମାନ୍ୟତା ଅଛି ଯେ ଏହି ଦେବୀ ନେପାଳର ଲୋକଙ୍କୁ ବିପଦ ଓ ଅସୁବିଧାରୁ ରକ୍ଷା କରିବେପର୍ବପର୍ବାଣୀରେ ଦେବୀଙ୍କୁ ତାଙ୍କ ଆବାସରୁ ବାହାରକୁ ଅଣାଯାଏ ଏବଂ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମେ । କୁମାରୀ ଦେବୀଙ୍କୁ ତାଙ୍କର ମାସିକ ଧର୍ମ ଆରମ୍ଭ ନହେବା ପର୍ଯ୍ୟନ୍ତ ଏହି ପଦରେ ରଖାଯାଏଏହା ପରେ ତାଙ୍କୁ ପଦରୁ ହଟାଯାଏ ଏବଂ ନୂଆ କୁମାରୀ ଦେବୀଙ୍କ ସନ୍ଧାନ ଆରମ୍ଭ ହୁଏ । ତେବେ ପଦରୁ ହଟାଯିବା ପରେ ତାଙ୍କୁ ଆଜୀବନ ପେନସନ ଓ ସମ୍ମାନ ମିଳେ । ନେପାଳର ଲୋକଙ୍କ କହିବା ଅନୁସାରେ କୁମାରୀ ଦେବୀ ହେଉଛନ୍ତି ସାକ୍ଷାତ ମା’ କାଳୀଙ୍କ ଜୀବନ୍ତ ଅବତାର । ଯଦି ସେ ଯାତ୍ରାବେଳେ କେଉଁ ଭକ୍ତଙ୍କୁ ଦେଖି କିମ୍ବା ସମସ୍ତ ଭକ୍ତଙ୍କୁ ଦେଖି ହସନ୍ତି ତା’ହେଲେ ସୁଖ, ସମୃଦ୍ଧିରେ ବର୍ଷଟି ଅତିବାହିତ ହୁଏ କିନ୍ତୁ ଯଦି କୁମାରୀ କାନ୍ଦନ୍ତି ତା’ହେଲେ ଏହାକୁ ଅଶୁଭ ବୋଲି ମନେ କରାଯାଏଆଉ ଚଳିତବର୍ଷ ନେପାଳରେ କୁମାରୀ ଦେବୀ କାନ୍ଦିଥିଲେ । ତେଣୁ ଇଏ ନେପାଳ ପାଇଁ ବିପଦ ଆଣିଛି ବୋଲି କୁହାଯାଉଛି।