ନୂଆଦିଲ୍ଲୀ: କାର୍ ଚଳାଇବା ବେଳେ ଚାଳକଙ୍କ ସୁରକ୍ଷା ପାଇଁ ସିଟ୍ ବେଲ୍ଟ ଓ ଏୟାରବେଗ୍ ସମେତ ଆଉ ଏକାଧିକ ସୁରକ୍ଷା ଫିଚର୍ସ ରହୁଛି, ହେଲେ ମୋଟର ସାଇକେଲ ଚାଳକଙ୍କ ପାଇଁ କେବଳ ହେଲ୍‌ମେଟ୍‌। ତେଣୁ ବାଇକ ଚଳାକଙ୍କ ସୁରକ୍ଷାକୁ ବଢାଇବା ପାଇଁ ଭାରତ ଓ ଫ୍ରାନ୍ସର ଏକ ମିଳିତ କମ୍ପାନୀ(ଜଏଣ୍ଟ ଭେଞ୍ଚର) ନିଓକବଚ(NeoKavach) ଏକ ଇଣ୍ଟେଲିଜେଣ୍ଟ ଏୟାର ବେଗ୍ ଆଣିଛନ୍ତି, ଯାହା ବାଇକ ଚଳାକଙ୍କ ସୁରକ୍ଷା ଦିଗରେ ଏକ ଆବିଷ୍କାର।

ଏହାର ନାଁ ରହିଛି ନିଓକବଚ ଏୟାର ଭେଷ୍ଟ। ଏହା ଭାରତର ପ୍ରଥମ ପିନ୍ଧିବା ଯୋଗ୍ୟ ଇଣ୍ଟେଲିଜେଣ୍ଟ ଏୟାରବ୍ୟାଗ୍ ସିଷ୍ଟମ ବୋଲି କମ୍ପାନୀ ଦାବି କରୁଛି। ବାଇକ ଦୁର୍ଘଟଣାରେ ବାଇକ ଚାଳକଙ୍କ ଶରୀରର ଉପର ଅଂଶକୁ ସୁରକ୍ଷା ଦେବ।  

ବାଇକ ଚଳାଇବା ସମୟରେ ଦୁର୍ଘଟଣା ହେଲେ ଶରୀର ଉପରି ଭାଗ ଯଥା- ଛାତି,ବେକ, ମେରୁ ହାଡ଼(ସ୍ପାଇନ) ଓ କଲର ବୋନରେ ଆଦି ଆଘାତ ଲାଗିଥାଏ। ଏହା ହିଁ ଦେଶର ୭୦% ଦୁର୍ଘଟଣାଜନିତ ମୃତ୍ୟୁର କାରଣ ହେଉଛି। ତେଣୁ ଏହି ଅଙ୍ଗଗୁଡ଼ିକୁ ସୁରକ୍ଷା ଦେବାର ଆବଶ୍ୟକତାକୁ ଦେଖି ନିଓକବଚ ଇଣ୍ଟେଲିଜେଣ୍ଟ ଏୟାର ବେଗ୍ ନିଓକବଚ ଏୟାର ଭେଷ୍ଟ ଆଣିଛି। ଏହା ଦୁର୍ଘଟଣା କିମ୍ବା ପଡ଼ିଯିବା ସମୟରେ ୧୦୦  ମିଲିସେକେଣ୍ଡରୁ ବି କମ୍ ସମୟରେ ଆକ୍ଟିଭ ହୋଇଯାଏ। ଆକ୍ଟିଭ ହେବା ପରେ ଏହି ବ୍ୟାଗ ଉପରୋକତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ତୁରନ୍ତ ସୁରକ୍ଷା ପ୍ରଦାନ କରିଥାଏ। ଏହା ମେରୁଦଣ୍ଡ ହାଇପରଫ୍ଲେକ୍ସନକୁ ରୋକିବା ସହ ଆଘାତକୁ ହ୍ରାସ କରିବ।

ଇଲେକ୍ଟ୍ରୋନିକ୍ ଏୟାରବ୍ୟାଗ୍ ସିଷ୍ଟମ୍ ପରି ନ ହେଲେ ବି ନିଓକାଭାଚ୍ ଏୟାର ଭେଷ୍ଟ ଏକ ସରଳ ଯାନ୍ତ୍ରିକ ଟିଥର ଟ୍ରିଗର ବ୍ୟବହାର କରାଯାଏ। ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜିଂ, ବ୍ୟାଟେରୀ କିମ୍ବା ସବସ୍କ୍ରିପସନ୍ ଆବଶ୍ୟକ ନାହିଁ। ଏହାକୁ ପିନ୍ଧିବା ପରେ ଏହା ପୁନଃ ସେଟ୍ ହୋଇପାରିବ ଓ ଚାଳକ ଏହାକୁ ପିନ୍ଧି ପାରିବେ। ଦୈନନ୍ଦିନ ଯାତ୍ରୀ ଏବଂ ଭ୍ରମଣକାରୀଙ୍କ ପାଇଁ କମ ମୂଲ୍ୟରେ ଏକ ଭଲ ସରକ୍ଷା କବଚ ବୋଲି କୁହାଯାଉଛି।
ଏହି ଏୟାର ଭେଷ୍ଟ ୨୮ ଲିଟର ଏୟାରବ୍ୟାଗ୍ କଭରେଜ୍ ପ୍ରଦାନ କରେ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ଯଥେଷ୍ଟ ହାଲୁକା। ଏହା ଭାରତରେ ତିଆରି ହୋଇଥିବା ବେଳଏ ଏୟାର ଭେଷ୍ଟକୁ ବିଶ୍ୱସ୍ତରୀୟ ସୁରକ୍ଷା ପ୍ରମାଣପତ୍ର ମିଳିଛି। ଏୟାର ଭେଷ୍ଟ ସହିତ, କମ୍ପାନୀ ଦୁଇଟି ନୂଆ ସୁରକ୍ଷା ପ୍ରଡକ୍ଟ ମଧ୍ୟ ଲଞ୍ଚ କରିଛି।

ନିଓକଭଚ୍ ଟେକ୍ ବ୍ୟାକପ୍ୟାକ୍ ପ୍ରୋ (୪୦,୮୦୦ ଟଙ୍କା): ଟେକ୍-ସାଭୀ ମୋଟରସାଇକେଲ ଚାଳକଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ବ୍ୟାକପ୍ୟାକ୍ ସହରରେ ଚଳାଇଲେ କିମ୍ବା ଭ୍ରମଣରେ ଗଲେ ଉଭୟ ଚାଳକଙ୍କ ପାଇଁ ସୁରକ୍ଷାମୂଳକ ପ୍ୟାଡିଂ, ଷ୍ଟୋରେଜ୍ କାର୍ଯ୍ୟକ୍ଷମତା ଏବଂ ଏରଗୋନୋମିକ୍ ଆରାମ ପ୍ରଦାନ କରିବ।

ନିଓକଭଚ୍ ଟେକ୍‌ପ୍ୟାକ୍ ଏୟାର (୩୬,୦୦୦ ଟଙ୍କା): ଏକ ହାଲୁକା, ପ୍ରତିଦିନ ବ୍ୟବହାର ପାଇଁ ଉପଯୁକ୍ତ ବ୍ୟାକପ୍ୟାକ୍। ଏଥିରେ ଆରାମଦାୟକ ଯାତ୍ରା ସହ ପିଠିକୁ ଉନ୍ନତମାନର ସୁରକ୍ଷା ଦେବ। ନିଓକଭଚ୍ ଏୟାର ଭେଷ୍ଟ, ଟେକ୍ ବ୍ୟାକପ୍ୟାକ୍ ପ୍ରୋ ଏବଂ ଟେକ୍ପ୍ୟାକ୍ ଏୟାର ସମେତ ତିନୋଟି ଉତ୍ପାଦ ଏବେ ସରକାରୀ ନିଓକାଭାଚ୍ ୱେବସାଇଟ୍ ଏବଂ ସାରା ଭାରତରେ ମନୋନୀତ ସ୍ୱୀକୃତ ଖୁଚୁରା ବିକ୍ରେତା ମାଧ୍ୟମରେ କ୍ରୟ ପାଇଁ ଉପଲବ୍ଧ।

ନିଓକଭଚ୍ ଏୟାର ଭେଷ୍ଟ, ଟେକ୍ ବ୍ୟାକପ୍ୟାକ୍ ପ୍ରୋ ଏବଂ ଟେକକ୍ୟାକ୍ ଏୟାର ଏହି ଉତ୍ପାଦ ବର୍ତ୍ତମାନ ବିକ୍ରି ପାଇଁ ଉପଲବ୍ଧ ହୋଇଛି। ଆପଣ ଚାହିଁଲେ ଏହାକୁ ନିଓକାଭାଚ୍ ୱେବସାଇଟରୁ କିଣି ପାରିବେ କମ୍ବା ସାରା ଭାରତରେ ରିଟେଲ ମାର୍କେଟ୍‌ର ଅଥୋରାଇଜ୍ ସେଲରମାନଙ୍କ ଠାରୁ ଏହି ବ୍ୟାଗ୍ କିଣି ହେବ।