News7 Logo

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେଡ଼ି ସୁପ୍ରିମୋଙ୍କ ଦିଲ୍ଲୀ ଗସ୍ତ

NEWS7
naveen in delhi

ଭୁବନେଶ୍ୱର ୦୭।୦୯ : ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ । ରାଜ୍ୟ ରାଜନେତାଙ୍କ ଦିଲ୍ଲୀ ଗସ୍ତ। ଗୋଟିଏ ପଟେ ବିଜେପି ରାଜ୍ୟ ସଭାପତି ଶନିବାର ରାତିରୁ ଦିଲ୍ଲୀ ଗସ୍ତରେ ଥିବା ବେଳେ ରବିବାର ଦିନ ବିଜେଡି ସୁପ୍ରିମୋ ଦିଲ୍ଲୀ ଗସ୍ତରେ ଯାଇଛନ୍ତିରବିବାର ମଧ୍ୟାହ୍ନ ସମୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଆଲୋଡ଼ନା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରବିବାର ଦିନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଗସ୍ତ ଅବସରେ ବିଜେଡି ସାଂସଦଙ୍କ ସହ ଆଲୋଚନା କରିପାରନ୍ତି । ବିଜେଡି ପିଏସି ସଦସ୍ୟଙ୍କ ସହିତ ନବୀନ ନିବାସର ଉପ-ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଆଲୋଚନା କରିଥିଲେ ନବୀନ। ଦଳର ଆଭିମୁଖ୍ୟ ନେଇ ନବୀନ ନେବେ ଚୂଡ଼ାନ୍ତ ନିଷ୍ପତ୍ତି। ନବୀନ କାହାକୁ ସମର୍ଥନ କରିବେ, ତା ଉପରେ ସମସ୍ତଙ୍କ ନଜର ରହିଛି।