ବାରିପଦା ୨୧।୬: ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ । ବ୍ୟବଚ୍ଛେଦ ପରେ ମୃତଦେହ ରଖି ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ତୁରନ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ ଓ ଉଚିତ୍ ନ୍ୟାୟ ଦାବିରେ ଜାତୀୟ ରାଜପଥ ଅବରୋଧ । ସ୍ଥାନୀୟ ନେତା, ଜନତା ଓ ପୋଲିସ ମଧ୍ୟରେ ଆଲୋଚନା ଜାରି ରହିଛି । ଘଟଣାସ୍ଥଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଘଟଣାସ୍ଥଳରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ପହଞ୍ଚି ପରିବାର ସହିତ ଭେଟିଛନ୍ତି । ପୋଲିସ ପକ୍ଷରୁ ଯେ ଅବହେଳା ହୋଇଛି ସେକଥା ମଧ୍ୟ ମାନିଛନ୍ତି ସାଂସଦ । ତେଣୁ ନିରପେକ୍ଷ ତଦନ୍ତ ସହିତ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଓ ପରିବାରକୁ ଆର୍ଥିକ ସହାୟତା ସହିତ ଜଣକୁ ନିଯୁକ୍ତି ଦେବାଲାଗି ସେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

​​​​​​Also Read:- ​ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କଲେ ବାପା-ମାଆ ! ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା କହିଲେ ପୁଅ

ଆଲୋଚନା ପରେ ଦାବୀ ପୂରଣର ପ୍ରତିଶ୍ରୁତି ପାଇବା ପରେ ହଟିଲା ରାଜପଥ ଅବରୋଧ । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା, ପରିବାରରୁ ଜଣକୁ ନିଯୁକ୍ତି ସହିତ ତଦନ୍ତରେ ଦୋଷୀ ହେଲେ  ଥାନା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୟୂରଭଞ୍ଜ ସାଂସଦ ।