News7 Logo

ନାସାର ଚେତାବନୀ; ଟ୍ରମ୍ପଙ୍କୁ ଦେଇପାରେ ବଡ ଝଟ୍‌କା, ବୁଡିଯିବ ଆମେରିକାର ଏହି ସବୁ ସହର

NEWS7
nasa

ନୂଆଦିଲ୍ଲୀ ୧୦।୦୯: ଆମେରିକା ପାଇଁ ନାସାର ହାଇ ଆଲର୍ଟ ଆମେରିକାର ବୁଡିଯିବ କିଛି ସହର ଏନେଇ ଏକ ମାନଚିତ୍ର ଜାରି କରିଛି ଆମେରିକାର ମହାକାଶ ସଂସ୍ଥା ନାସା ସମୁଦ୍ରକୂଳରେ ଅବସ୍ଥିତ ୩ଟି ବଡ଼ ସହରକୁ ନେଇ ଚେତାଇଛି ଟ୍ରମ୍ପ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଇଛି ପରାମର୍ଶ ବଢିବାକୁ ଯାଉଛି ଆମେରିକା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟେନସନ୍ ନାସା ଜାରି କରିଥିବା ମାନଚିତ୍ରରେ ସତର୍କ କରାଇଛି

ନାସା ଚେତାଇଛି ଆମେରିକାର କାଲିଫର୍ନିଆରେ ଅବସ୍ଥିତ ଅନେକ ସହର ସମୁଦ୍ରରେ ବୁଡ଼ିବା ଦ୍ୱାର ଦେଶରେ ପହଞ୍ଚିଛି ଯାହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ରହିଛି ଏହାକୁ ନେଇ ଟ୍ରମ୍ପ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନଚେତ୍ ଯଦି ଏହି ଅଞ୍ଚଳ ବୁଡ଼ିବା ଆରମ୍ଭ କରେ ତେବେ ଭବିଷ୍ୟତରେ ସାରା ଦେଶ ବୁଡ଼ିପାରେ ଏହା ନାସା ଦ୍ୱାରା କରାଯାଇଥିବା ଏକ ସର୍ଭେରେ ପ୍ରକାଶ ପାଇଛି।

ନାସା ଏକ ଅଧ୍ୟୟନରେ କହିଛି କି ଉପସାଗରୀୟ କ୍ଷେତ୍ର ସାନ ଫ୍ରାନ୍ସିସ୍କୋ, ଲସ୍ ଆଞ୍ଜେଲସ୍ ଏବଂ ସାନ ଡିଏଗୋ ଭଳି ସହରାଞ୍ଚଳ ସମୁଦ୍ରରେ ବୁଡିବାକୁ ଯାଉଛି  ସମୁଦ୍ର ଝଡ଼ ଆସିଲେ ଏହି ସହରଗୁଡ଼ିକରେ ବନ୍ୟାର ଆଶଙ୍କାରେ ରହିଛି ଭୂତଳ ଜଳ ଶୋଷଣ, ସହରାଞ୍ଚଳ ବିକାଶ ଏବଂ ମାନବ କାର୍ଯ୍ୟକଳାପ ଏଥିପାଇଁ ଦାୟୀ କାରଣ ଏହି କାରଣଗୁଡ଼ିକ ଯୋଗୁଁ ସମୁଦ୍ର ସଂଲଗ୍ନ ଭୂମି ବୁଡ଼ିଯାଉଛି ଆଉ ଏହାକୁ ଆଗକୁ ବଢିବାରୁ ରୋକିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବା ରହିଛି ଆବଶ୍ୟକ

ଖବର ଅନୁଯାୟୀ ନାସାର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ (JPL), କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ NOAA ଦ୍ୱାରା କରାଯାଇଥିଲା ଏହି ଗବେଷଣା ଏଥିରେ ୨୦୧୫-୨୦୨୩ ମଧ୍ୟରେ ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ରାଡାର ତଥ୍ୟ ବିଶ୍ଳେଷଣ କରାଯାଇଥିଲା ଏବଂ ସମୁଦ୍ରରେ ବୁଡ଼ିବା ହଟସ୍ପଟ୍ ସ୍ଥାନକୁ ଚିହ୍ନଟ କରାଯାଇଥିଲା। ଏହି ସହରଗୁଡ଼ିକର ଭୂମି ଦ୍ରୁତ ଗତିରେ ବୁଡ଼ିଯାଉଛି ୨୦୫୦ ସୁଦ୍ଧା କାଲିଫର୍ନିଆର ନିମ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ସ୍ତର ୧୭ ଇଞ୍ଚ ବା ୧.୪ ଫୁଟରୁ ଅଧିକ ବୃଦ୍ଧି ପାଇପାରେ। ସହରଗୁଡ଼ିକ ପ୍ରତିବର୍ଷ ୧୦ ମିଲିମିଟରରୁ ଅଧିକ ହାରରେ ବୁଡୁଛି ଏବଂ ସମୁଦ୍ର ସ୍ତର ବୃଦ୍ଧି ଜଳବାୟୁ ପରିବର୍ତ୍ତନ କାରଣରୁ ହିଁ ହେଉଛି।

ଗବେଷକଙ୍କ ଅନୁଯାୟୀ ସାନ ଫ୍ରାନ୍ସିସ୍କୋର ଉପକୂଳବର୍ତ୍ତୀ ଅଞ୍ଚଳର ସେନ ରାଫେଲ, କୋର୍ଟ ମାଡେରା, ଫାଷ୍ଟର ସିଟି ଏବଂ ଓ୍ବେ ଫାର୍ମ ଆଇଲ୍ୟାଣ୍ଡ ପ୍ରତିବର୍ଷ ୦.୪ ଇଞ୍ଚରୁ ଅଧିକ ହାରରେ ବୁଡ଼ିଯାଉଛି ଏହି ଅଞ୍ଚଳଗୁଡ଼ିକ ପୂର୍ବରୁ ବନ୍ୟାର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଦଶନ୍ଧି ଧରି ସହରାଞ୍ଚଳ ଏବଂ ଶିଳ୍ପ ବିକାଶ ପାଲଟିଛି ଏହାର କାରଣ ଯଦି ସମୟରେ ଜମି ଧସିହେବାକୁ ରୋକା ନଯାଏ, ତେବେ କାଲିଫର୍ନିଆର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହଠାତ୍ ବିପଦରେ ପଡ଼ିପାରେ ସମୁଦ୍ରରେ ଝଡ଼ କିମ୍ବା ଭୂକମ୍ପ, ଜଳସ୍ତରକୁ ବୃଦ୍ଧି କରିପାରେ।