News7 Logo

ମଦ ପିଇବାକୁ ପୁଅର ଜିଦ୍, ଭତ୍ତା ଟଙ୍କା ନଦେବାରୁ ଟାଙ୍ଗିଆରେ ମା’କୁ ହାଣିଦେଲା

NEWS7
kld

କଳାହାଣ୍ଡି ୧୭।୦୯ : ଭତ୍ତା ଟଙ୍କା ପାଇଁ ମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଦେଲା ପୁଅ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସାନଧାରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମାକୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଭୁବନ ବିଶ୍ୱାଳକୁ ଗିରଫ କରିଛି ।

ଖବର ଅନୁଯାୟୀ, ମୃତକ କଳ୍ପନା ସୋମବାର ଭତ୍ତା ଟଙ୍କା ପାଇଥିଲେ ତେଣୁ ମଙ୍ଗଳବାର ମଦ ପିଇବା ପାଇ ଭୁବନ ମାକଳ୍ପନା ବିଶ୍ଵାଳଙ୍କୁ ଟଙ୍କା ମାଗିଥିଲା l ମାଟଙ୍କା ନଦେବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଉତ୍‌କ୍ଷିପ୍ତ ହୋଇ ଭୁବନ ଏକ ଟାଙ୍ଗିଆରେ ମାକଳ୍ପନାଙ୍କୁ ହତ୍ୟା କରିଥିଲା l ଏହା ପରେ ଅଭିଯୁକ୍ତ ନିଜ ଘର ଭିତରେ କବାଟ ବନ୍ଦ କରି ରହିଥିଲା l ଖବର ପାଇ ନର୍ଲା ଥାନା ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ହତ୍ୟାକାରୀ ପୁଅ ଭୁବନକୁ ଗିରଫ କରିଛି । ଏହାସହିତ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଯାଇଥିବା ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀ କହିଛନ୍ତି l