କାମାକ୍ଷାନଗର ୧୨।୧୦ : ପଥରରେ ଛେଚି ଯୁବକଙ୍କୁ ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଆମ୍ବପଳାସ ଗାଁର କାବୁନା ନାଏକ ବୋଲି ଜଣାପଡିଛି । ପରଜଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ରାତି ୯ଟା ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ । ରବିବାର ସକାଳୁ ତାଙ୍କ ମୃତଦେହ ଘର ପାଖ ରାସ୍ତାକଡ଼ରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ। କେହି ତାଙ୍କୁ ଏକ ଠେଙ୍ଗାର ପିଟିବା ସହ ମୁଣ୍ଡକୁ ଏକ ବଡ଼ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡିଛି ।  ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ସେପଟେ ପରିବାର ଲୋକେ ମତରେ, କାବୁନାର କାହା ସହ କିଛି ଝଗଡା ନଥିବା କହୁଥିବା ବେଳେ, କିଏ ଏବଂ କାହିଁକି କାବୁନାକୁ ଏପରି ନିର୍ମମ ଭାବେ ହତ୍ୟା କରିଛି, ତାହା ଜଣାପଡିନାହିଁ। ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି ।