ଚେନ୍ନାଇ ୨୪/୦୪: ମଙ୍ଗଳବାର ଖେଳାଯାଇଥିଲା ଆଇପିଏଲ୍ ୨୦୨୪ର ୩୯ ତମ ମ୍ୟାଚ୍ । ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ଓ ଚେନ୍ନାଇ । ଚିଦାମ୍ୱରମ୍ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ବହୁ ପ୍ରତିକ୍ଷୀତ ମ୍ୟାଚ୍ । ଏହି ମୁକାବିଲାରେ ମାର୍କସ୍ ଷ୍ଟୋଇନ୍ସ ନଟ୍ ଆଉଟ୍ ରହି କରିଥିଲେ ୧୨୪ କନ୍ । ଫଳରେ ଚେନ୍ନାଇ ହାତରୁ ବିଜୟ ଛଡାଇ ଆଣିଥିଲେ ଲକ୍ଷ୍ନୌ ।
ଟିମ୍ ଚେନ୍ନାଇକୁ ୬ ଓ୍ୱିକେଟରେ ହରାଇଥିଲା ରାହୁଲ ବାହିନୀ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ କରିଥିଲା ୨୧୦ ରନ୍ । ତେବେ ମ୍ୟାଚ୍ରେ ଷ୍ଟୋଇନ୍ସ କରିଥିଲେ ତାଙ୍କର ପ୍ରଥମ IPL ଶତକ । ଫଳରେ ଚେନ୍ନାଇ କ୍ୟାପଟେନ୍ ଋତୁରାଜଙ୍କ ଉପରେ ଭାରି ପଡିଥିଲେ ଷ୍ଟୋଇନ୍ସ । ଏହି ମୁକାବିଲାରେ ଚେନ୍ନାଇ ଫ୍ୟାନ୍ସଙ୍କୁ ଥାଲା ଦର୍ଶନମ୍ର ସୁଯୋଗ ମିଳିଥିଲା । ଯଦିଓ ଧୋନୀ ଗୋଟିଏ ବଲ୍ ଖେଳିଥିଲେ ତଥାପି ସେହି ଗୋଟିଏ ବଲ୍ ଫ୍ୟାନ୍ସଙ୍କ ପାଇଁ ଥିଲା ଯଥେଷ୍ଟ । ଗୋଟିଏ ବଲ୍ରେ ୪ ମାରି ମ୍ୟାଚ୍ ଫିନ୍ସ କରିଥିଲେ ମାହୀ ।
MS DHONI reaction after camera man focusing on him 😭😭#CSKvLSG pic.twitter.com/tkdk0CAS9q
— 𝕏⁷ (@LuciferianVerse) April 23, 2024
କିନ୍ତୁ ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଧୋନୀ ବହୁତ ରାଗିଥିବାର ଭିଡିଓ ଏବେ ବେଶ୍ ଭାଇରାଲ୍ । ଡ୍ରେସିଂ ରୁମ୍ରେ ସେ କ୍ୟାମେରାମ୍ୟାନ୍ଙ୍କ ଉପରକୁ ବୋତଲ ଉଠାଉଥିବା ଦେଖିବାକୁ ମିଳିଛି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ । କହିବାକୁ ଗଲେ ଘଟଣା ଘଟିଥିଲା ୧୭ ଓଭରରେ ଶିବମ ଦୁବେ ଏବଂ ଋତୁରାଜ ଗାଏକ୍ୱାଡ ବ୍ୟାଟିଂ କରୁଥିଲେ ।
ଏହି ସମୟରେ ଧୋନୀ ନିଜକୁ ପ୍ରସ୍ତୁତ କରୁଥିଲେ ମୈଦାନକୁ ଆସିବାକୁ । ଆଉ ଯାହାକୁ କ୍ୟାମେରାରେ କଏଦ କରିଥିଲେ କ୍ୟାମେରାମ୍ୟାନ୍ । ବୋଧହୁଏ ଏହାକୁ ସହଜରେ ଗ୍ରହଣ କରିନଥିଲେ ଧୋନୀ । ଆଉ କ୍ୟାମେରାମ୍ୟାନଙ୍କ ଉପରକୁ ବୋତଲ ଫୋପାଡିବାର କରିଥିଲେ ଇସାରା । ତେବେ ଯେତେବେଳେ କ୍ୟାମେରାମ୍ୟାନ୍ ଧୋନୀଙ୍କ ଉପରକୁ ଯେତେବେଳେ କ୍ୟାମେରା ପ୍ୟାନ୍ କରିଥିଲେ ସେତେବେଳେ ଖୁବ୍ ଜୋରରେ ସାଉଟ୍ କରିଥିଲେ ଫ୍ୟାନ୍ସ ।
ସୂଚନା ଥାଉକି, ଆଇପିଏଲ୍ରେ ଏହି ପରାଜୟ ପରେ ପଏଣ୍ଟଟେବୁଲରେ ତଳକୁ ଖସିଯାଇଛି ଚେନ୍ନାଇ । ୮ଟି ମ୍ୟା୍ରୁ ୪ଟିରେ ବିଜୟା ହୋଇଥିବାବେଳେ ୪ଟି ହୋଇଛି ପରାଜୟ ।