LIVE TV

କ୍ରିକେଟ ମୈଦାନରେ ନଜର ଆସିବେ ଗମ୍ଭୀର-ଧୋନୀ, ଏକାଠି କରିବାକୁ ଯୋଜନା କରୁଛି BCCI

NEWS7

ନୂଆଦିଲ୍ଲୀ ୩୧/୦୮: ୨୮ ବର୍ଷ ପରେ ୨୦୧୧ରେ ଏକଦିବସୀୟ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ଟିମ୍ ଇଣ୍ଡିଆ । ବିଜୟର ହିରୋ ଥିଲେ ପୂର୍ବତନ କ୍ୟାପଟେନ୍ ଏମ୍ ଏସ୍ ଧୋନି ଏବଂ ଗୌତମ ଗମ୍ଭୀର । ଦୁଇଜଣଙ୍କ ସହଭାଗୀତାରେ ଦଳ ହୋଇଥିଲା ବିଶ୍ୱ ବିଜେତା । ଏହି ଯୋଡ଼ି ଟିମ୍ ଇଣ୍ଡିଆର ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା । ଏବେ ପୁଣିଥରେ କ୍ରିକେଟ ଇତିହାସର ହେବାକୁ ଯାଉଛି ପୁନରାବୃତ୍ତି । 

ବହୁ ବର୍ଷ ପରେ, ବିସିସିଆଇ କରିଛି ବଡ ଯୋଜନା । ଦୁଇ ସଫଳ କ୍ରିକେଟରଙ୍କି ଏକାଠି କରିବାର ଯୋଜନା ଚାଲିଛି । ବିସିସିଆଇର ପ୍ରୟାସ  ଯଦି ସଫଳ ହୁଏ, ତେବେ ଏହି ଯୋଡ଼ି ପୁଣି ଥରେ ଏକାଠି ହୋଇ ଭାରତକୁ ଚାମ୍ପିଅନ୍ କରିପାରିବେ । ଆଗକୁ ଏସିଆ କପ୍ ଥିବାରୁ ଟୁର୍ଣ୍ଣାମେଣ୍ଟ ପରେ ଚାଲିବ ଏହି ନୂତନ ଯୋଜନାର ବ୍ଲୁପ୍ରିଣ୍ଟ । 

କହିବାକୁ ଗଲେ ବିସିସିଆଇ ଏବେ ଠାରୁ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୨୦୨୬ ଟି୨୦ ବିଶ୍ୱକପ୍ କୁ ଦୃଷ୍ଟିରେ ରଖି, ଏଥର ଏସିଆ କପ୍ ଟି୨୦ ଫର୍ମାଟରେ ଖେଳାଯିବ। ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏକ ବଡ଼ ଅପଡେଟ୍ ଆସିଛି । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଏକାଠି କାମ କରୁଥିବାର ଦେଖିବାକୁ ମିଳିବ । 

ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ୱ:

ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ପୁଣି ଥରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ପରାମର୍ଶଦାତା ହେବାକୁ ପ୍ରସ୍ତାବ ଦେଇଛି । ଧୋନି UAEରେ ଅନୁଷ୍ଠିତ ୨୦୨୧ ଟି-୨୦ ବିଶ୍ୱକପ୍ ସମୟରେ ପରାମର୍ଶଦାତା ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ଥିଲା । ସେମାନେ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଥିଲେ।

କ୍ରିକ୍ ବ୍ଲଗରର ରିପୋର୍ଟ ଅନୁଯାୟୀ, ବିସିସିଆଇର ଏକ ସୂତ୍ର ନିଶ୍ଚିତ କରିଛି ଯେ ଧୋନିଙ୍କୁ ଏହି ପଦବୀ ଦିଆଯାଇପାରେ। ସୂତ୍ର କହିଛି ଯେ ଧୋନିଙ୍କୁ ପୁଣି ଥରେ ଭାରତୀୟ କ୍ରିକେଟକୁ ମାର୍ଗଦର୍ଶନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ବୋର୍ଡ ବିଶ୍ୱାସ କରିଛି ଯେ, ତାଙ୍କର ରଣନୈତିକ ଚିନ୍ତାଧାରା, ଶାନ୍ତ ନେତୃତ୍ୱ କ୍ଷମତା ଓ ଟୁର୍ଣ୍ଣାମେଣ୍ଟ ଜିତିବା ଅଭିଜ୍ଞତା ଆଉ ଏକ ବିଶ୍ୱ ଟାଇଟଲ୍ ଚ୍ୟାଲେଞ୍ଜ ପାଇଁ ଦଳକୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ତଥାପି, ପ୍ରଶ୍ନ ହେଉଛି ଧୋନି ଏହି ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ।

ବିସିସିଆଇ ଗମ୍ଭୀର-ଧୋନିଙ୍କୁ ଏକାଠି କରିବ କି?

ଗୌତମ ଗମ୍ଭୀର ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ । ଏପରି ପରିସ୍ଥିତିରେ, ଯଦି ଧୋନି ପରାମର୍ଶଦାତା ହୁଅନ୍ତି । ତେବେ ଏହି ଦୁଇ ପ୍ରଶିକ୍ଷକଙ୍କୁ ଏକାଠି କାମ କରିବାକୁ ପଡିବ। ତଥାପି, ଗତ କିଛି ବର୍ଷ ମଧ୍ୟରେ, ଏହି ଦୁଇ ପ୍ରଶିକ୍ଷକଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଥିବା ଶୁଣିବାକୁ ମିଳେ । କାରଣ ଗୌତମ ଗମ୍ଭୀରଙ୍କ ବୟାନ ଯୋଗୁଁ ଅନେକ ବାୟନ ବାଜି ଶୁଣିବାକୁ ମିଳେ । ସେ ଅନେକ ଥର ଧୋନିଙ୍କ ବିରୋଧରେ ବୟାନ ଦେଇଛନ୍ତି। ତଥାପି, ଧୋନି ଓ ଗମ୍ଭୀର ସବୁବେଳେ ପଡ଼ିଆରେ ପରସ୍ପରକୁ ସମ୍ମାନ କରୁଥିବା ଦେଖାଯାଏ। ଏମିତିକି କ୍ୟାପଟେନ୍ କୁଲ୍‌ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନଥାଏ । ଏବେ ସମସ୍ତଙ୍କ ଅପେକ୍ଷା ଦୁଇ ମହାରଥୀଙ୍କୁ ଏକାଠି ଦେଖିବାକୁ ।