ନୂଆଦିଲ୍ଲୀ ୧୪।୦୫: ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଉତ୍ତରପ୍ରଦେଶର ଭୟଙ୍କର ଘୂର୍ଣ୍ଣିଝଡ଼ ରଚିଛି ତାଣ୍ଡବଲୀଳା । ଏହି ଭୟଙ୍କର ଘୂର୍ଣ୍ଣିଝଡ ଏବଂ ବର୍ଷାରେ ଚାଲିଯାଇଛି ୭୦ରୁ ଅଧିକ ଜୀବନ । ଏହାବ୍ୟତୀତ ଅନେକ ଲୋକ ଆହତ ହୋଇଥିବାର ସୂଚନା ମଧ୍ୟ ମିଳିଛି । ସେହିପରି ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବାର ରିପୋର୍ଟ ସାମ୍ନାକୁ ଆସିଛି ।

ବୁଧବାର ରାତିରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଝଡ଼ ତୋଫାନ। ପାଗରେ ହଠାତ୍ ଆସିଲା ପରିବର୍ତ୍ତନ। ବୁଧବାର ଅନେକ ସ୍ଥାନରେ ପ୍ରବଳ ଝଡ଼, ବର୍ଷା ଏବଂ କୁଆପଥର ମାଡ଼ ହୋଇଛି। ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ତାଣ୍ଡବ ଦେଖିବାକୁ ମିଳିଛି। ୟୁପିର ବିଭିନ୍ନ ସ୍ଥାନରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପାଗର ହଠାତ୍ ପରିବର୍ତ୍ତନ ଭଦୋହି ଜିଲ୍ଲାରେ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ଝଡ଼ ଏବଂ ବର୍ଷା ଯୋଗୁଁ ଭାଦୋହିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଫତେହପୁରରେ ୫ ଜଣ ମହିଳାଙ୍କ ସମେତ ମୋଟ୍ ୯ ଜଣଙ୍କ ଜୀବନ ଯାଇଛି। ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। କାନପୁର ମଜରା ଅଞ୍ଚଳରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି।

Also Read:-Team India selection: ଟିମ୍‌ ଇଣ୍ଡିଆକୁ ନେଇ BCCIର ବଡ଼ ପ୍ଲାନ, ୩ ବର୍ଷ ପରେ ଫେରିବେ ମହମ୍ମଦ ଶାମି !

ସେହିପରି ପ୍ରୟାଗରାଜରେ ସର୍ବାଧିକ ୧୭ ଜଣଙ୍କ ଜୀବନ ନେଇଛି ଝଡ ତୋଫାନ। ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଘର ଏବଂ ଗାଡି ଉପରେ ଭାଙ୍ଗି ପଡିଛି ବଡ ବଡ଼ ଗଛ। ଏହା ଯୋଗୁଁ ଯାତାୟାତ ଗୁରୁତର ପ୍ରଭାବିତ ହୋଇଛି। ଦିଲ୍ଲୀରେ ମଧ୍ୟ ପାଗରେ ହଠାତ୍ ପରିବର୍ତ୍ତନ ଦେଖାଦେଇଛି। କିଛି ସ୍ଥାନରେ ପବନ ସହ କୁଆପଥର ବର୍ଷା ହୋଇଛି।