News7 Logo

ଗୁରୁବାରଠୁ ବିଧାନସଭା ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ଆଗତ କରିବେ ମୁଖ୍ୟମନ୍ତ୍ରୀ

NEWS7
mansoon

ଭୁବନେଶ୍ୱର ୧୮/୦୯: ଆଜିଠୁ ବିଧାନସଭାର ମୌସୁମୀ କାଳୀନ ଅଧିବେଶନ ଆରମ୍ଭ । ଆଜି ଗୃହରେ ଦିବଂଗତ ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିବେ ମୁଖ୍ୟମନ୍ତ୍ରୀ । ଏହା ଉପରେ ଆଲୋଚନା ହେବ । ଅଧିବେଶନ ଗୁରୁବାର ୧୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମଝିରେ ଗୋଟିଏ ଦିନ ସରକାରୀ ଛୁଟି ଥିବାବେଳେ ୭ଟି କାର୍ଯ୍ୟ ଦିବସ ରହିଛି ।

ଏହି ସ୍ୱଳ୍ପକାଳୀନ ଅଧିବେଶନ ବେଶ୍‌ ସରଗରମ ରହିବା ସମ୍ଭାବନା ଅଛି । ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ଦଳ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିବାବେଳେ ବିଜେଡି ନାରୀ ସୁରକ୍ଷା, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧିକୁ ପ୍ରମୁଖ ପ୍ରସଙ୍ଗ କରିବ ।

ଗୁରୁବାର ବିଜେପି ବିଧାୟକ ଦଳ ବୈଠକରେ ଚଳିତ ଅଧିବେଶନ ନେଇ ରଣନୀତି ନିର୍ଦ୍ଧାରଣ ହେବ । ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟ ଓ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ । ବଜେଟ ଅଧିବେଶନ ପରେ ଦୀର୍ଘ ୫ ମାସ ପରେ ବିଧାନସଭା ଅଧିବେଶନ ବସୁଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ ହେବା ସମ୍ଭାବନା ଅଛି ।