News7 Logo

ଭାଙ୍ଗିଗଲା ୮ ବର୍ଷର ବିବାହ, ବିଦେଶୀ ସ୍ଵାମୀଙ୍କ ଠାରୁ ଅଲଗା ହେବେ ଗାୟିକା ମୋନାଲି ଠାକୁର

NEWS7
singer

ନୂଆଦିଲ୍ଲୀ ୦୪।୦୯; ବଲିଉଡର ପ୍ରସିଦ୍ଧ ଗାୟିକା ମୋନାଲି ଠାକୁରଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ୮ ବର୍ଷର ବିବାହ ପରେ ଏବେ ତାଙ୍କ ବୈବାହିକ ଜୀବନରେ ଝଡ଼ ଆସିଛି। ଗାୟିକା ତାଙ୍କ ବିଦେଶୀ ବ୍ୟବସାୟୀ ସ୍ୱାମୀ ମାଇକ୍ ରିକ୍ଟରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। କୁହାଯାଉଛି ଯେ ମୋନାଲି ଠାକୁରଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି। ମୋନାଲି ସ୍ୱାମୀ ମାଇକ୍‌ଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ ମଧ୍ୟ କରିଛନ୍ତି। ଏହା ସହିତ, ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର ଯୋଗାଯୋଗ ମଧ୍ୟ ନାହିଁ। ତେବେ ଆସନ୍ତୁ ଜାଣିବା କାହିଁକି ବିବାହ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଲା?

ମୋନାଲି ଠାକୁର ଏବଂ ମାଇକ୍ ରିକ୍ଟରଙ୍କ ବିଚ୍ଛେଦର କାରଣ ଲଙ୍ଗ ଡିସଷ୍ଟାନ୍ସ ସମ୍ପର୍କ ବୋଲି କୁହାଯାଉଛି।  ମାଇକ୍ ସ୍ୱିଜରଲ୍ୟାଣ୍ଡରେ ରହୁଥିବା ବେଳେ, ଗାୟିକାଙ୍କୁ କାମ ପାଇଁ ଭାରତରେ ରହିବାକୁ ପଡୁଛି। ଦୁହେଁ ବିଭିନ୍ନ ଦେଶରେ ରହୁଥିବା ଯୋଗୁଁ, ଏହି ଦମ୍ପତିଙ୍କ ମଧ୍ୟରେ ଦୂରତା ବଢି ଚାଲିଛି।

ହେଲେ ଏପର୍ଯ୍ୟନ୍ତ ଗାୟିକା ଏହି ବିଷୟରେ କୌଣସି ପ୍ରକାରର ବୟାନ ରଖି ନାହାନ୍ତି କି ଏପର୍ଯ୍ୟନ୍ତ ଛାଡପତ୍ର ଖବରକୁ ନିଶ୍ଚିତ କରିନାହାଁନ୍ତି। ସେହି ସମୟରେ, ଗାୟିକାଙ୍କ ଛାଡପତ୍ର ଖବର ପଢ଼ି ପ୍ରଶଂସକମାନେ ଟେନସନରେ ଅଛନ୍ତି। ଗୋଟିଏ ପରେ ଗୋଟିଏ ସେଲିବ୍ରିଟିଙ୍କ ଅଲଗା ହେବାର ଖବର ଶୁଣି ଲୋକଙ୍କ ହୃଦୟ ଭାଙ୍ଗି ଯାଇଛି।