ଭୁବନେଶ୍ୱର ୨୬।୦୩ : ମଉଳିଲା ବିଧାୟକଙ୍କ ଦରମା ବୃଦ୍ଧି ଆଶା । ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ହେବ ପ୍ରତ୍ୟାହୃତ । ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ । ବିଲ୍ ପ୍ରତ୍ୟାହାର ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି

Also Read:-ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ହେବ, ପୂର୍ବତନ ବିଧାୟକଙ୍କ ପେନସନ ବଢ଼ିବ

ବିଧାନସଭାର ଗତ ଅଧିବେଶନରେ ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ବିନା ବିରୋଧରେ ବିଲ୍‌ ମଧ୍ୟ ପାସ୍‌ ହୋଇଥିଲା । ଯେଉଁଥିରେ ଦରମା ବାବଦକୁ ବିଧାୟକ ପାଇଥାନ୍ତେ ମାସିକ ୩ ଲକ୍ଷ ଟଙ୍କା। ପୂର୍ବରୁ ଦରମା ଓ ଭତ୍ତା ବାବଦରେ ଲକ୍ଷେ ଟଙ୍କା ପାଉଥିଲେ ବିଧାୟକ। ବିଧାନସଭାରେ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ -୨୦୨୫ ପାରିତ ହେବା ପରେ ନୂଆ ଦରମା ପାଇଥାନ୍ତେ ବିଧାୟକ ଓ ମନ୍ତ୍ରୀ । ବିଧାୟକଙ୍କ ମାସିକ ମୂଳ ଦରମା ଥିଲା ୩୫ ହଜାର । ଭତ୍ତା ବାବଦକୁ ବିଧାୟକ ପାଉଥିଲେ ୪୦ ହଜାର ଟଙ୍କା । ଦରମା ବୃଦ୍ଧି ପରେ ପାଇଥାନ୍ତେ ୯୬ ହଜାର ଟଙ୍କା । ନିର୍ବାଚନ ମଣ୍ଡଳୀ ଗସ୍ତ ଖର୍ଚ୍ଚ ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ଟଙ୍କା ପାଇଥାନ୍ତେ ବିଧାୟକ ।.

Also Read:-ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି, ୧୦% ବଢ଼ିବ ଅବକାରୀ ଲାଇସେନ୍ସ ଆବେଦନ ଶୁଳ୍କ

ସେହିଭଳି କମିଟି ବୈଠକ ଭତ୍ତା ବାବଦକୁ ୧୫ଶହ ଟଙ୍କା ବଦଳରେ ୩ ହଜାର ମିଳିଥାନ୍ତା । ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨ ହଜାର  ବଦଳରେ ୧୦ ହଜାର ଟଙ୍କା ମିଳିଥାନ୍ତା । ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ  ହୋଇଥିଲା ୫୦ ହଜାର ଟଙ୍କା । ବିଜୁଳି ବିଲ୍ ପାଇଁ ୫ ହଜାର ବଦଳରେ ୨୦ ହଜାର ଟଙ୍କା ମିଳିଥାନ୍ତା । ଚିକିତ୍ସା ଖର୍ଚ୍ଚ ୫ ହଜାର  ବଦଳରେ ୩୫ ହଜାର ଟଙ୍କା  ହୋଇଥିଲା। ଏଭଳି ମୋଟ୍ ମାସକୁ ୩ ଲକ୍ଷ ଟଙ୍କା ଦରମା ଓ ଭତ୍ତା ପାଇଥାନ୍ତେ ବିଧାୟକ। କିନ୍ତୁ ଏବେ ସରକାର ସେହି ବିଲ୍‌କୁ ପ୍ରତ୍ୟାହୃତ କରିଛନ୍ତି । ସେହିପରି ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବନାହିଁ ।

Watch Video:-