News7 Logo

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର, ଚେଇଁ ଉଠିଲେ ଶବ ହୋଇ ଆସିଥିବା ବୃଦ୍ଧା

NEWS7
Puri Swargadwara

ପୁରୀ: ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଚେଇଁ ଉଠିଲେ ଶବ ହୋଇ ଆସିଥିବା ବୃଦ୍ଧା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି। ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି ଲଷ୍ମୀଙ୍କ ମୃତ୍ୟୁ ହୋଇଥିବାରୁ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସଂପର୍ଣ୍ଣ ପାଇଁ ପରିବାର ଲୋକ ପୁରୀ ନେଇ ଆସିଥିଲେ। କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ପି ଲଷ୍ମୀ ହଠାତ ବଞ୍ଚିକି ଉଠିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇପଡ଼ିଥିଲେ। ତୁରନ୍ତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ ଆଜି ପି ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ସତ୍କାର ପାଇଁ ତାଙ୍କୁ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ବର୍ଗଦ୍ୱାର କୁ ଆଣିଥିଲେ। ସ୍ୱର୍ଗଦ୍ୱାରର କର୍ମଚାରୀ ମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ ଏବଂ ତାଙ୍କ ପରିବାର ଲୋକ ରିପୋର୍ଟ ନ ଆଣିବା ନେଇ ସ୍ବର୍ଗଦ୍ୱାରରେ ଶବ ଦାହ କରିନଥିଲେ ଏବଂ କିଛି ସମୟ ପରେ ସ୍ବର୍ଗଦ୍ୱାର ର କର୍ମଚାରୀ ମାନେ ଶବ ପାଖକୁ ଯାଇଥିଲେ ଓ ସେଠାରେ ଦେଖିଲେ ଶବଟି ବଞ୍ଚିଛି। ଏହାପରେ ପି ଲଷ୍ମୀ ଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାରର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିର୍ସାୟରେ ତାଙ୍କୁ ଭର୍ତ୍ତି କରାଇଥିଲେ।