କନ୍ଧମାଳ: ଗତ ତାରିଖ ଗଣେଶ ଭସାସୀ ଦେଖି ଫେରୁଥିବା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ନାବାଳିକାଙ୍କୁ ଉଠାଇ ନେଇ କାରରେ ବଳାତ୍କାର ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସର ହାତ ଖାଲି୪୮ ଘଣ୍ଟା ମଧ୍ୟରେ ଦୋଷୀ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଦାରିଙ୍ଗବାଡ଼ି ଥାନା ଘେରାଉ କରାଯିବ ଏବଂ ଦଳ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କନ୍ଧମାଳ କଂଗ୍ରେସ କମିଟି ଜିଲ୍ଲା ସଂଯୋଜକ ଚନ୍ଦ୍ର ଶେଖର ପରିଡା ଚେତାବନୀ ଦେଇଛନ୍ତି l

ଏଫଆଇଆର  ହେଉ ହେଉ ପୀଡିତାଙ୍କ ଡାକ୍ତରୀମାଇନା ହେବା ହେବା କଥା। ଏହା ଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବା କଥା। ପୋକ୍ସୋ ଆକ୍ଟର ଧାରା ଅନୁଯାୟୀ ସଙ୍ଗେ ସଙ୍ଗେ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଇବା କଥାକିନ୍ତୁ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଏଫଆଇଆର କପି କୋର୍ଟକୁ ଦେଇନାହିଁ କାହିଁକି ବୋଲି ପ୍ରଶ୍ନ କଂଗ୍ରେସ ପ୍ରଶ୍ନ କରିଛି। ଏହା ସହ କନ୍ଧମାଳ ଜିଲ୍ଲାରେ ପୋଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହି  ବିଭିନ୍ନ ଆଳ ଦେଖାଇ ଦୋଷ ଦେବାରେ ବ୍ୟସ୍ତ ରହୁଛି । ଘଟଣାକୁ ଯଦି ପୋଲିସ ଚପେଇ ଦିଏ ତେବେ ବିଧାୟକଙ୍କ ମାଧ୍ୟମରେ ଏହି ବିଷୟକୁ ନେଇ ବିଧାନସଭାରେ ଉଠାଇବା ପାଇଁ ବିଧାୟକଙ୍କୁ ନିବେଦନ କରାଯିବ। ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ କମିଟିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୀଡିତାଙ୍କ ଘରେ ପହଞ୍ଚି ତଦନ୍ତ କରିବ ବୋଲି କହିଛନ୍ତି।

ବଳାତ୍କାର ଆଜିକାଲି ନିତିଦିନିଆ କାର୍ଯ୍ୟକ୍ରମ ହୋଇ ଗଲାଣି ଓଡିଶାରେ ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନାହାନ୍ତି। ଦାରିଙ୍ଗବାଡ଼ି ବଳାତ୍କାର ଘଟଣା ଅତ୍ୟନ୍ତ ଦୁଃଖର ବିଷୟ ଆମେ ମ୍ରିୟମାଣ ଏଭଳି ଘଟଣା ନ ହେଉ ବୋଲି ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ମଲ୍ଲିକ କହିବା ସହ ଦୁଃଖ ପ୍ରକାଶ କରିଛନ୍ତି।   ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ  ନକଲେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରିବୁ ବୋଲି କହିଛନ୍ତି।