LIVE TV

ବାତ୍ୟା ପାଇଁ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି, ଜରୁରୀକାଳୀନ ଅଧିକାରୀଙ୍କ ଛୁଟି ବାତିଲ

NEWS7
Cyclone ‘Montha’ Alert: Odisha Govt Cancels Leaves

ଭୁବନେଶ୍ୱର ୨୫।୧୦ : ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବୃଷ୍ଟିପାତ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି । ସମସ୍ତ ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ସହରାଞ୍ଚଳଗୁଡ଼ିକରେ ଥିବା ଓ୍ୱାଟର ଲଗିଂ ଜାଗାକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟରେ ରଖାଯିବ । ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ମହଜୁଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓ୍ୱାଟର ସପ୍ଲାଏ ଏବଂଡିଜି ସେଟ୍‌କୁ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

​​​​​​​​​​​​​​ସୂଚନାଯୋଗ୍ୟ ଯେ, ସିଭିୟର ସାଇକ୍ଲୋନ ଷ୍ଟର୍ମର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ମୋନ୍ଥା। କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ, ଅଧିକ ସ୍ପଷ୍ଟ କରିଛି IMDଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ଆଇଏମଡିର ଆକଳନ ଅନୁସାରେ, ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ୁଥିବା ଲଘୁଚାପ ଅବପାତର ରୂପ ନେଇଛି । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ଏହା ପରେ ୨୮ ତାରିଖରେ ଭୀଷଣ ଝଡ଼ର ରୂପ ନେବ।